ମୁଖ୍ୟ ଖବର
କଟକ: ଓଡ଼ିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ) ମୁଖ୍ୟ ଲିଖିତ ପରୀକ୍ଷା ନଭେମ୍ବର ୩ ରୁ ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ । ଏ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଓଜେଏସ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇଛି । ପରୀକ୍ଷା କାର୍ଯ୍ୟସୂଚୀ ଓ ପରୀକ୍ଷା କେନ୍ଦ୍ର ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ସବିଶେଷ ସୂଚନା ପ୍ରକାଶ ପାଇବ । ଏଥିପାଇଁ ପ୍ରାର୍ଥୀମାନେ ଓପିଏସସି ୱେବସାଇଟ ନିୟମିତ ଭାବେ ଦେଖିବାକୁ ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିରେ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଥିଲା ।
Comments ସମସ୍ତ ମତାମତ