Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମାସେ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ୱାନ ପୋର୍ଟାଲ

    Share on :
    ajab-Image
    Date: Jul 22, 2020    Views: 3423

    ଭୁବନେଶ୍ୱର: ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଅନଲାଇନ ଯୋଗାଯୋଗ ପାଇଁ ପ୍ରସ୍ତୁତ ହୋଇଛି ‘ଓଡ଼ିଶା ୱାନ’ ପୋଟାଲ । ଆସନ୍ତା ଏକ ମାସ ମଧ୍ୟରେ ପୋର୍ଟାଲ ସହ ସମସ୍ତ ବିଭାଗର ସେବାକୁ ସଂଯୋଗ କରିବା ପାଇଁ ମୁଖ୍ୟ ସଚିବ ଅସିତ ତି୍ରପାଠୀ ନିଦେ୍ର୍ଧଶ ଦେଇଛନ୍ତି । ଏହା ଜରିଆରେ ଦେୟ ପୈଠ ପାଇଁ ବିଭିନ୍ନ ବ୍ୟାଙ୍କ ଓ ପେଟିଏମକୁ ସଂଯୋଗ କରାଯିବ ।

    ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ହସ୍ତଗତ ସୂଚନା ଅନୁଯାୟୀ ଓଡ଼ିଶା ୱାନ ପୋର୍ଟାଲ ଜରିଆରେ ଜନସାଧାରଣ ସମସ୍ତ ବିଭାଗର ଅନଲାଇନ ସେବା ପାଇପାରିବେ । ଆଇଟି ସଚିବ ମନୋଜ ମିଶ୍ର କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଏଥିରେ ଜନ୍ମ ଓ ମୃତୁ୍ୟ ପଞ୍ଜୀକରଣ ପ୍ରମାଣ ପତ୍ର ହୋଲ୍ଡିଂ ଟିକସ ଦେୟ ଟ୍ରେଡ ଲାଇସେନ୍ସ ଦେୟ ଜଳ କର, ବିଦୁ୍ୟତ ବିଲ, ଓଏସଆରଟିସି ବସ ଟିକସ ବୁକିଂ ଭଳି ୭ଟି ସେବାକୁ ଏହି ପୋର୍ଟାଲ ସହ ଯୋଡ଼ା ଯାଇଛି । ବର୍ତ୍ତମାନ ଏଥିରେ ସିଏସସି ମୋଡୁ୍ୟଲ, ସେବା ପରିଚାଳନା ମୋଡୁ୍ୟଲ, ବିତ୍ତୀୟ ନେଣ ଦେଣ, ବିତ୍ତୀୟ ପରିଚାଳନା ମୋଡୁ୍ୟଲ ଆଦି ଉପରେ କାମ ଚାଲିଛି । ଓଡ଼ିଶା ୱାନ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, କୃଷି ଓ କୃଷକ ସଶକ୍ତକରଣ ବିଭାଗର ସେବାକୁ ସଂଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ବିଭାଗର ଜନକୈନ୍ଦି୍ରକ ସେବା ଏହି ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook