Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଶା କୃଷି ଭବନକୁ ଆନ୍ତର୍ଜାତିକ ମାନ୍ୟତା

    Share on :
    ajab-Image
    Date: Aug 26, 2020    Views: 4175

    ଭୁବନେଶ୍ୱର: ଆନ୍ତର୍ଜାତିକ ସମ୍ମାନ ହାସଲ କରିଛି ଓଡ଼ିଶା କୃଷି ଭବନ । ସମ୍ମାନ ଜନକ ‘ଡିଜିନ’ ପତି୍ରକାରେ ସ୍ଥାନ ପାଇଛି । ଦେଶର ପ୍ରଥମ ସରକାରୀ କୋଠା ଭାବେ ଏ ମାନ୍ୟତା ରାଜଧାନୀର ଏ କୋଠାକୁ ମିଳିଛି । ସମ୍ବଲପୁରୀ ଇକ୍କତ ଓ ଶାଢ଼ୀ ଡିଜାଇନରେ ଏ ଭବନ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସୃଜନଶୀଳତା ଆଧାରରେ ନିର୍ମିତ ଏ କୋଠା ବିଶ୍ୱସ୍ତରରେ ଭୂୟସୀ ପ୍ରଶଂସା ସାଉଁଟିଛି । ନୂଆଁଖାଇ ପର୍ବ ଅବସରରେ ରାଜ୍ୟ ବିଶ୍ୱ ସମୁଦାୟ ନିକଟରେ ନିଜର ସ୍ୱତନ୍ତ୍ର ଶୈଳୀକୁ ପ୍ରଦର୍ଶିତ କରି ସମ୍ମାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି । ରାଜ୍ୟ ଲଗାତର କୃଷି କର୍ମଣ ପୁରସ୍କାର ପାଇବା ପରେ ଏ ପୁରସ୍କାର ରାଶିରୁ କୃଷି ଭବନ ନିର୍ମାଣ କରାଯାଇଛି । ରାଜ୍ୟର ଚାଷୀମାନଙ୍କୁ ଉତ୍ସର୍ଗୀକୃତ ଏ ଭବନର ଡିଜାଇନ କରିଥିଲେ ଷ୍ଟୁଡିଓ ଲୋଟସ । ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଏ କୋଠା ନିର୍ମିତ ହୋଇଥିବା ବେଳେ ଏଥିରେ ଆଦୌ ସିମେଣ୍ଟ ବ୍ୟବହାର ହୋଇନି । ଇଟା ଓ ମାଟିରେ ଏ  ଭବନ ନିର୍ମାଣ କରାଯାଇଛି । ସମ୍ପୂର୍ଣ୍ଣ ଓଡ଼ିଆ ପାରମ୍ପରିକ ଶୈଳୀରେ କୋଠା ନିର୍ମାଣ ହୋଇଥିଲା ବେଳେ ଖଣ୍ଡା ଲାଇଟ ପଥରର ମଧ୍ୟ ବ୍ୟବହାର କରାଯାଇଛି । ଏଥିରେ ହାତ ଖୋଦେଇ କାମ ମଧ୍ୟ ହୋଇଛି । କୋଡାର କରିଡରରେ ଢେ଼ାକ୍ରା କାମ ହୋଇଛି । କୃଷି ବିଭାଗର ୬୦୦ କର୍ମଚାରୀଙ୍କ ସହ ତାଲିମ ଏବଂ ଗୋଷ୍ଠୀ କାର୍ଯ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି । ଏଠାରେ ଏକ ପୋଖରୀ ସହ ବଗିଚା ମଧ୍ୟ ଅଛି । ଲର୍ଣ୍ଣିଂ ସେଣ୍ଟର, ଗ୍ୟାଲେରୀ, ଅଡିଟୋରିୟମ ସହ ପାଠାଗାର ମଧ୍ୟ ଏଠି ଉପଲବ୍ଧ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook