Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଭୁ ପ୍ରସାଦ ରାଉତରାୟ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତ

    Share on :
    ajab-Image
    Date: Nov 8, 2019    Views: 794

    ନୂଆଦିଲ୍ଲୀ  : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜୁଡିସିଆଲ ଅଫିସର ବିଭୁ ପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି । ସୁପ୍ରିମକୋର୍ଟର କଲେଜିୟମ ପକ୍ଷରୁ ଗତ ମାସ ବିଭୁ ପ୍ରସାଦ ରାଉତରାୟ ଓ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ନିଯୁକ୍ତ କରିବା ପାଇଁ ସୁପାରିସ କରାଯାଇଥିଲା । କେନ୍ଦ୍ର ସରକାର ଆଜି ବିଭୁ ପ୍ରସାଦ ରାଉତରାୟଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

    ଶୁକ୍ରବାର ଦିନ ୨ଟାରେ ହାଇକୋର୍ଟ ନୁ୍ୟ କନଫରେନ୍ସ ହଲ୍ରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ରାଉତରାୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

    ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବଡେ଼ ଓ ଜଷ୍ଟିସ ଏନ୍.ଭି.ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ରାଉତରାୟଙ୍କ ନାମ ବିଚାରପତି ପଦ ପାଇଁ ଅକ୍ଟୋବର ୩ରେ ସୁପାରିସ କରିଥିଲେ । ଏଥି ସହିତ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ନାମ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା । ତେବେ ଶ୍ରୀ ରାଉତରାୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook