Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଫୌଜଦାରୀ ହୋଇପାରିବନି ଦେୱାନୀ ବିବାଦ

    Share on :
    ajab-Image
    Date: Jul 15, 2020    Views: 3706

    କଟକ: ଅନେକ ସମୟରେ ଦେୱାନୀ ବିବାଦ ଗୁଡ଼ିକ ଫୌଜଦାରୀ ମାମଲାର ରୂପ ଦିଆଯାଉଛି । ଥାନାରେ ଏହି ଫୌଜଦାରୀ ମାମଲା ଭାବେ ରୁଜୁ ହେଉଛି । ଏଣୁ କୌଣସି ଦେୱାନୀ ବିବାଦକୁ ଫୌଜଦାରୀ ମାମଲା ଭାବେ ଗ୍ରହଣ କରିବା ବେଳେ ପ୍ରଥମେ ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ଏକ ଜାମିନ ଆବେଦନର ଶୁଣାଣି ବେଳେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି  । ଆର୍ଥିକ କାରବାର ଜନିତ ମାମଲାରେ ଗିରଫ ହୋଇଥିବା ଏସ ରଞ୍ଜନ ରାଜୁଙ୍କ ଜାମିନ ଆବେଦନରେ ଶୁଣାଣି କରି ଏଭଳି ନିଦେ୍ର୍ଧଶ ଦେଇଛନ୍ତି । ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ । ତଳ ଅଦାଲତ ଜାମିନ ସତ୍ତ ସ୍ଥିର କରିବାକୁ ନିଦେ୍ର୍ଧଶରେ ଉଲ୍ଲେଖ ରହିଛି । ମାମଲା ଅନୁଯାୟୀ, କେ.ଜି ବାବୁ ଓ ଅଭିଯୁକ୍ତ ରଞ୍ଜନଙ୍କ ମଧ୍ୟରେ ବହୁ ବର୍ଷ ହେଲା ବ୍ୟବସାୟିକ ସମ୍ପର୍କ ଥିଲା । ଭୁବନେଶ୍ୱରରେ ଏକ ଫ୍ଲାଟ କିଣିବା ପାଇଁ ରଞ୍ଜନଙ୍କୁ ବାବୁ ପ୍ରାୟ ୬୪ ଲକ୍ଷ ଟଙ୍କା ଦେଇଥିଲେ । ରଞ୍ଜନ ଫ୍ଲାଟ କିଣିଲେନି କିମ୍ବା ଟଙ୍କା ଫେରସ୍ତ କଲେ ନାହିଁ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଚଣ୍ଡିଖୋଲ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପାଖରେ ରଞ୍ଜନ ଲୁହା ରଡରେ ବାବୁଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ଏ ନେଇ ବାବୁ ବଡ଼ଚଣା ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ରଞ୍ଜନଙ୍କୁ ଗିରଫ କରିଥିଲା ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook