ମୁଖ୍ୟ ଖବର
ଭୁବନେଶ୍ୱର : ହାଇକୋର୍ଟ ଓ ଅନ୍ୟ କୋର୍ଟମାନଙ୍କର ଗ୍ରୀଷ୍ମାବକାଶ ଛୁଟି ବାତିଲ କରିଦିଆଯାଇଛି । କରୋନା ପାଇଁ କୋର୍ଟ କାର୍ଯ୍ୟ ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ଏନେଇ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛିଯେ, କରୋନା ମହାମାରୀ ପାଇଁ ଭାରତ ସରକାର ଓ ଓଡ଼ିଶା ସରକାର ଅନେକ କଟକଣା ଜାରି କରିଥିଲେ । ଲକଡାଉନ ପାଇଁ କୋର୍ଟର ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପୂର୍ବରୁ ହାଇକୋର୍ଟ ଓ ଅନ୍ୟ କୋର୍ଟଗୁଡ଼ିକର ସ୍ୱାଭାବିକ କାର୍ଯ୍ୟ ଜୁନ ୧୭ ପର୍ଯ୍ୟନ୍ତ ବାତିଲ କରାଯାଇଥିଲା । କିନ୍ତୁ ଏବେ ଆଉ କୋର୍ଟ ଛୁଟି ରହିବ ନାହିଁ । ସମସ୍ତ କାର୍ଯ୍ୟଦିବସରେ ହାଇକୋର୍ଟର ବେଂଚ ରାୟ ଶୁଣାଇବେ । ଭିଡ଼ିଓ କନଫେରେନ୍ସିଂ ଜରିଆରେ ମଧ୍ୟ ଶୁଣାଣୀ କରାଯିବ । ଏନେଇ ହାଇକୋର୍ଟର ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ