Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜୀବିକା ପାଇଁ ୧୭ ହଜାର କୋଟି

    Share on :
    ajab-Image
    Date: May 29, 2020    Views: 5489

    ମନ୍ତ୍ରୀ ପରିଷଦ ବୈଠକ
    ଫୋକସରେ ଚାଷୀ ଓ ଶ୍ରମିକ
    କୋଭିଡ଼ ଯୋଦ୍ଧାଙ୍କୁ କୃତଜ୍ଞତା, ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ
    ଧାମରା ଓ ଢେଙ୍କାନାଳରେ ହେବ ଶିଳ୍ପ ପାର୍କ
    ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ମିଳିବ ରାସନ କାଡର଼୍
    ୱାଡର଼୍ସ୍ତରରୁ କୋଭିଡ଼ ପରିଚାଳନା
    ଭୁବନେଶ୍ୱର : ଜୀବନଜୀବିକା ଉଜାଡ଼ି ଦେଇଛି କରୋନା  । ଗ୍ରାମୀଣ ଅର୍ଥନୀତି ବି ଦୋହଲି ଯାଇଛି  । ଏହାକୁ ଆଖି ଆଗରେ ରଖି ଜୀବିକା ପାଇଁ ରାଜ୍ୟ ସରକାର ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି  । ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ବ୍ୟୟ କରି ଲୋକଙ୍କୁ ଜୀବିକା ଯୋଗାଇଦେବାର ଲକ୍ଷ୍ୟ ରହିଛି  । କୋଭିଡ଼ ଯୋଦ୍ଧାମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ପାରିତ ହୋଇଛି  । ଖାଲି ସେତିକିନୁହେଁ ଆଉ ପାଦେ ଆଗେଇ ୱାଡର଼୍ ସ୍ତରରେ କୋଭିଡ଼ ପରିଚାଳନା କରିବା ପାଇଁ ନିଷ୍ପତି ନିଆଯାଇଛି  । ଯୋଗ୍ୟ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବା ସହ ଧାମରା ଓ ଢେଙ୍କାନାଳରେ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତି ନିଆଯାଇଛି  ।
    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା  । ବୈଠକରେ କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ଅସିତ କୁମାର ତ୍ରିପାଠୀ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ  । ଏହାପରେ କରୋନା ଯୋଦ୍ଧାମାନଙ୍କର ଭୂମିକା ଓ ଉପଲବ୍ଧôକୁ ପ୍ରଶଂସା କରିବା ସହ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରାଯାଇଥିଲା  । ଏହି ମର୍ମରେ ମନ୍ତ୍ରୀ ପରିଷଦ ବୈଠକରେ ଏକ ସଂକଳ୍ପ ପାରିତ ହୋଇଥିଲା  । ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଂକଳ୍ପ ଆଗତ କରିଥିବାବେଳେ ଏହା ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା  । ପାଇଁ ମନ୍ତ୍ରୀ ପରିଷଦ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା  । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପାରାମେଡ଼ିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ, ଆଶା, ଏଏନଏମ, ଅଙ୍ଗନବାଡ଼ି କର୍ମୀ, ଏସଏଚଜି, ପରିମଳ ସହ ଜଡ଼ିତ କର୍ମଚାରୀ, ପୁଲିସ, ଅଗ୍ନିଶମ କର୍ମଚାରୀ, ହୋମଗାଡର଼୍, ପୌର ଓ ପଂଚାୟତିରାଜ ପ୍ରତିନିଧି, ବିଶେଷକରି ସରଂପଚମାନଙ୍କ  ଉଲ୍ଲେଖନୀୟ ଅବଦାନର ଉଚ୍ଚ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ପରିଷଦ ମଧ୍ୟ ଲୋକପ୍ରତିନିଧି, ସରକାରୀ କର୍ମଚାରୀ, ଶିକ୍ଷକ ଓ ସାମାଜିକ କର୍ମୀମାନଙ୍କ ସେବାର ଉଚ୍ଚ ପ୍ରଶଂସା କରିଥିଲେ  । ସେମାନଙ୍କ ସେବା ସହ ସଂକ୍ରମଣ ରୋକିବାରେ ଭୂମିକା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ  ।
    ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ସମସ୍ତ ବିଭାଗର ସମନ୍ୱୟରେ ଲୋକମାନଙ୍କ ଜୀବିକା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି  । ଯାହାର ମୋଟ ବ୍ୟୟରାଶି ୧୭ ହଜାର କୋଟି ରହିଛି  । ୨୦୨୦ ଜୁନ ରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯିବ  । ଗ୍ରାମାଂଚଳରେ କିଭଳି ଲୋକମାନଙ୍କ ଜୀବିକା ବୃଦ୍ଧି ପାଇବ, ଗ୍ରାମୀଣ ଆୟ ବୃଦ୍ଧି ପାଇବ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ହସ୍ତତନ୍ତ ଭଳି କ୍ଷେତ୍ରରେ କିଭଳି ନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରିବ ସେନେଇ ଖସଡ଼ା ପ୍ରସ୍ତୁତ ହୋଇଛି  । ସର୍ବସମ୍ମତ କ୍ରମେ ଏହାକୁ ମନ୍ତ୍ରୀ ପରିଷଦ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ଆଗାମୀ ଦିନରେ ଏହା ଉପରେ ଗୁରୁତ୍ୱାରୋପ କରାଯାଇ କାର୍ଯ୍ୟକ୍ରମମାନ ଗ୍ରହଣ କରାଯିବ  । କରୋନା ସ୍ୱାସ୍ଥ୍ୟ ସହ ଆର୍ଥିକ ସଂକଟ ବି ସୃଷ୍ଟି କରିଛି । ଏହାକୁ ଆଖିଆଗରେ ରଖି ସେମାନଙ୍କ ଆର୍ଥିକ ବିକାଶ ପାଇଁ ଏଭଳି ପ୍ରୟାସ କରାଯାଇଛି  । ଏହାର ସିଧାସଳଖ ଲାଭ ଚାଷୀ ଓ ଶ୍ରମିକମାନେ ପାଇପାରିବେ  । କୃଷି କ୍ଷେତ୍ରରେ ୨୦୦ କୋଟିର ସହାୟତା ଦିଆଯିବ  । ଏହାଦ୍ୱାରା ୨୪.୫୬ ଲକ୍ଷ ଚାଷୀ ଉପକୃତ ହୋଇପାରିବେ  । ୧୦ ଲକ୍ଷ ଚାଷୀଙ୍କୁ ୫.୫ କୁଇଂଟାଲ ପ୍ରାମାଣିକ ବିହନ ୭୫% ଭାଗ ସବସିଡ଼ରେ ଯୋଗାଇ ଦିଆଯିବ  । ୫ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ଼ ପନିପରିବା ବିହନ ଯୋଗାଇ ଦିଆଯିବ  ।  ୨ ଲକ୍ଷ ଚାଷୀଙ୍କୁ ଫଳ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ  । ୪୦ଟି ଆଦିବାସୀ ବ୍ଲକରେ ୧୨ ହଜାର ଚାଷୀଙ୍କୁ ସହଯୋଗ କରାଯିବ  । ୪ ହଜାର ପାନ ଚାଷୀଙ୍କୁ ୧୬ କୋଟିର ସହାୟତା ମିଳିବ  । ୧୦ ହଜାର ଚାଷୀଙ୍କୁ, ୫ ହଜାର ଏସଏଚଜିକୁ ଛତୁ ଚାଷ ପାଇଁ ସହଯୋଗ ଦିଆଯିବ  । ସେହିପରି ଫୁଲ ଚାଷ ପାଇଁ ମଧ୍ୟ ଚାଷୀଙ୍କୁ ସହାୟତା ମିଳିବ  । ମତ୍ସ୍ୟ କ୍ଷେତ୍ରରେ ୧୧୧.୪୭ କୋଟି ଟଙ୍କା ଦିଆଯିବ  । ମାଛ ପୋଖରୀ, ଏସଏଚଜିକୁ ଜିଆ ଚାଷ, ୧୦ ହଜାର ମତ୍ସ୍ୟଚାଷୀଙ୍କୁ ସହାୟତା ବି ଦିଆଯିବ  । ପଶୁପାଳନ କ୍ଷେତ୍ରରେ ୬୨.୨୩ କୋଟି ଟଙ୍କାର ସହାୟତା ମିଳିବ  । କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ୩୭୩.୭୦ କୋଟି ଟଙ୍କାର ସହାୟତା ମିଳିପାରିବ  । ବିଭିନ୍ନ ଯୋଜନାରେ ୬ ୬୪୦ କୋଟି ଟଙ୍କା ବ୍ୟୟ କରି ୪୬.୪୫ ଲକ୍ଷ ଲୋକଙ୍କୁ ୨୦ କୋଟିର ଶ୍ରମଦିବସ ଯୋଗାଇ ଦେବାର ଲକ୍ଷ୍ୟ ରହିଛି  । ପ୍ରବାସୀ ଶ୍ରମିକଙ୍କୁ ପ୍ରଶିକ୍ଷିତ କରାଯିବ  । ଲୋକମାନଙ୍କୁ ସଜନା, ଅମୃତଭଣ୍ଡା ଭଳି ଚାରା ଯୋଗାଇ ଦିଆଯିବ  । ସମବାୟ ବିଭାଗ ପକ୍ଷରୁ ୨୦ ଲକ୍ଷ ଚାଷୀଙ୍କୁ ୯ ହଜାର କୋଟିର ଖରିଫ ଋଣ ପ୍ରଦାନ କରାଯିବ  । ସେହିପରି ୧୮ ଲକ୍ଷ ଚାଷୀଙ୍କୁ ୭୦୦ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବ  ।
    ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ୪ ମାସର ରାସନ ଯୋଗାଇ ଦିଆଯାଇଛି  । ୨୦୨୦ ମାର୍ଚ୍ଚରୁ ୩.୮ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି  । ଯୋଗ୍ୟ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯିବ  । ଧାମରାଠାରେ ଟେକ୍ସଟାଇଲ ପାର୍କ ଓ ଢେଙ୍କାନାଳରେ ମେଡ଼ିକାଲ ପାର୍କ ପ୍ରତିଷ୍ଠା କରିବାକୁ ନିଷ୍ପତି ନିଆଯାଇଛି  । ହଜାରେ ହଜାରେ ଏକର ଉପରେ ଏହା ପ୍ରତିଷ୍ଠା କରାଯିବ  । ଏହି ପାର୍କରେ ନିବେଶକମାନେ ୬ ହଜାରରୁ ୭ ହଜାର କୋଟି ଲେଖାଏଁ ନିବେଶ କରିବେ ବୋଲି ଲକ୍ଷ୍ୟ ରହିଛି  । ଧାମରାରେ ୨୦ ହଜାର ଓ ଢେଙ୍କାନାଳରେ ୧୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।  ୱାଡର଼୍ ସ୍ତରରେ କୋଭିଡ଼ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମଧ୍ୟ ନିଆଯାଇଛି  । ଯାହାଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି ମୁଖ୍ୟସଚିବ କହିଛନ୍ତି  ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook