Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା, ଜାଣନ୍ତୁ କାହିଁକି ?

    Share on :
    ajab-Image
    Date: Jan 5, 2021    Views: 3553

    ଭୁବନେଶ୍ୱର: ପୁଷ୍ଟି ସାଧନ କ୍ଷେତ୍ରରେ ‘ଓଡ଼ିଶା ମିଲେଟ ମିସନ’ ଓ ମୋ ସରକାରୀ ବଗିଚା’ ଯୋଜନା ଉଲ୍ଲେଖନୀୟ ସଫଳତା ଆଣିଛି । ରାଜ୍ୟ ସରକାରଙ୍କ ଏହି ଦୁଇଟି ଯୋଜନାର ସଫଳ ରୁପାୟନ ପାଇଁ ଭାରତର ନୀତି ଆୟୋଗ ପ୍ରଶଂସା କରିଛନ୍ତି । ଗର୍ଭବତୀ ମହିଳା, ପ୍ରସୂତୀ, କିଶୋରୀ ଓ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଏହି ଯୋଜନା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ଅନ୍ୟ ରାଜ୍ୟମାନେ ଏହାକୁ ଆପଣାଇବାକୁ ଆୟୋଗ ପରାମର୍ଶ ଦେଇଚନ୍ତି । ୨୦୧୭ ମସିହାରେ ଓଡ଼ିଶା ମିଲେଟ ମିସନ ଆରମ୍ଭ ହୋଇଥିଲା । ମାଣ୍ଡିଆ ଉପôାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୁଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ ପାଇଲଟ ପ୍ରକଳ୍ପ ଭାବେ କେନ୍ଦୁଝର ଜିଲ୍ଲାରେ ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୫୪୯ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହାକୁ ନୀତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ୧୭ ହଜାର ‘ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇପାରିଛି । ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂରୀକରଣ ଦିଗରେ ଏହି ଯୋଜନା ଯଥେଷ୍ଟ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook