Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜ୍ୟ ଖବର

ମୁଖ୍ୟ ଖବର

    କାହିଁକି ସ୍ୱାମୀଙ୍କ ବିରୋଧରେ ସାକ୍ଷୀ ଦେଲେ ପତ୍ନୀ ଏବଂ ଦୁଇ ପୁଅ ?

    Share on :
    ajab-Image
    Date: Nov 7, 2019    Views: 621

    ବାରିପଦା : ମିଥ୍ୟା ସତ୍ୟପାଠ ମାମଲାରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାଏକ (୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦା ଏସ୍ଡିଜେଏମ୍ ସୁମିତା ଆଚାର୍ଯ୍ୟ । ଶ୍ରୀ ନାଏକଙ୍କୁ ୨ ମାସ ଜେଲ୍ଦଣ୍ଡ ସହିତ ସାଢେ଼ ୫ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ଅତିରିକ୍ତ ୧ ମାସ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି କୋର୍ଟ ।

    ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ନିଜ ସତ୍ୟପାଠରେ ଶ୍ରୀ ନାଏକ ନିଜର ପତ୍ନୀ ବିନୀତା ଏବଂ ଦୁଇ ପୁଅଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରିନଥିଲେ । ସେହିପରି ନିଜର କୌଣସି ଗାଡ଼ି କିମ୍ବା ସ୍ଥାବର, ଅସ୍ଥାବର ସମ୍ପତ୍ତି ସହିତ ତାଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କରେ କିଛି ଉଲ୍ଲେଖ କରିନଥିଲେ । ଏ ସଂକ୍ରାନ୍ତରେ କୁଳିଅଣା ବ୍ଲକ୍ ଅନ୍ତର୍ଗତ ଗାଙ୍ଗରାଜ ଅଞ୍ଚଳର ପ୍ରଶାନ୍ତ ନାଏକ ଗତବର୍ଷ ଜୁଲାଇ ୧୭ ତାରିଖରେ ବାରିପଦା ଏସ୍ଡିଜେଏମ୍ କୋର୍ଟରେ ଅଭିଯୋଗ କରିଥିଲେ । ମାମଲାର ବିଚାର ବେଳେ ଶ୍ରୀ ନାଏକଙ୍କ ପତ୍ନୀ ଏବଂ ଦୁଇ ପୁଅ ତାଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ । ଏମିତିକି ସ୍ୱାମୀଙ୍କ ବିରୋଧରେ ପତ୍ନୀ ବିନୀତା ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜାଣିବାକୁ ପାଇଥିଲେ କୋର୍ଟ । ଶ୍ରୀ ନାଏକଙ୍କ ନାଁରେ ଏକ ଗାଡ଼ି ଓ ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତି ଥିବା ପ୍ରମାଣିତ ହୋଇଥିଲା । ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସରୋଜ କୁମାର ଦାସ ଏବଂ ବବିତା ବେହେରା ମାମଲା ପରିଚାଳନା କରିଥିଲେ । ତେବେ ଏହି ମାମଲାରେ ଶ୍ରୀ ନାଏକଙ୍କୁ ଜାମିନ୍ ମିଳିଥିବା ଜଣାପଡ଼ିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook