Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବେଆଇନ ହୋଲଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ପକ୍ଷରୁ ବିଏମସି ଅଫିସ ଘେରାଉ

    Share on :
    ajab-Image
    Date: Mar 15, 2021    Views: 4272

    ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ହଜାରରୁ  ଉର୍ଦ୍ଧ କଂଗ୍ରେସ କର୍ମୀ ବିଏମସି ଅଫିସ ଘେରାଉ କରିଥିଲେ । ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଶ୍ରୀ ଦାଶଙ୍କ ନେତୃତ୍ୱରେ ପୁରୁଣା ଭୁବନେଶ୍ୱର ସ୍ଥିତ ମାଉସୀମା ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଏମସି ଅଫିସଠାରେ ପଂହଚିଥିଲେ । ଏହି ମଧ୍ୟରେ ଯୁବନେତା ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ଯୁବକ ମୋଟର ସାଇକେଲ ଶେଭାଯାତ୍ରାରେ ଆସି  ଧାରଣାସ୍ଥଳରେ ପଂହଚିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାକୁ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ କରୋନା ମହାମାରୀ ସମୟରେ ସାଧାରଣ ଲୋକଟିଏ ଜୀବିକା ହରାଇ ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଥିଲା ବେଳେ ଏହି ବେଆଇନ ଭାବେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଏହି ପ୍ରରୀପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଦାଶ କହିଥିଲେ ଯେ ବିଜେଡ଼ି ସରକାର ସ୍ଥାଣୁ ପାଲଟିଯାଇଛନ୍ତି ଏବଂ ଅମଲାତନ୍ତ୍ର ସରକାରଙ୍କ ହାତବାରିସ ହୋଇ ସାଧାରଣ ଜନତାଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଛନ୍ତି । ଏହି ବେଆଇନ ହୋଲଡିଂ ଟ୍ୟାକ୍ସ ଓ ପ୍ରପ୍ରଟି ଟ୍ୟାକ୍ସକୁ ପ୍ରତ୍ୟାହାର ନକଲା ଯାଏ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସାଧାରଣ ଲୋକଙ୍କ ପାଇଁ ଲଢେ଼ଇ ଜାରି ରଖିବ । ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ କଂଗ୍ରେସ ସରକାର ସମୟରେ ହୋଲଡିଂ ଟ୍ୟାକ୍ସ ୧% ବଢ଼ାଯାଇଥିଲା କିନ୍ତୁ ଏବେ ୧୦% ବଢ଼ାଯିବା ସଂପୂଣ୍ଣରୂପେ ବେଆଇନ । ଶ୍ରୀ ରାଉତରାୟ କହିଥିଲେ ବିଏମସି ପକ୍ଷରୁ କୁହାଯାଇଛି ଟ୍ୟାକ୍ସ ନଦେଲେ ଘର ସିଲ କରାଯିବ ଏହାକୁ ଆମେ ଗ୍ରହଣ କରିପାରୁ ନାହୁଁ । ଆଉ ଯିଏ ଘର ସିଲ୍ କରିବାକୁ ଆସିବେ ଆମେ ତାଙ୍କୁ ତାଲା ପକାଇଦେବୁ । ସେହିପରି ଶ୍ରୀ ଶୁଭେନ୍ଦୁ ମହାନ୍ତି ମଧ୍ୟ ବିଜେଡ଼ି ସରକାରଙ୍କ ମନମୁଖି କାରବାରକୁ ସହ୍ୟ କରାଯିବ ନାହିଁ ବୋଲି ମନ୍ତବ୍ୟ ଦେଇ କହିଥିଲେ ଆଗାମୀ ଦିନରେ ଏହି ଆନେ୍ଦାଳନ ତୀବ୍ର ହେବ । ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ସଂଗ୍ରାମ ଜେନା, ରଶ୍ମି ମହାପାତ୍ର, ସୁଦର୍ଶନ ଦାସ ଓ ରାଜୀବ ପଟ୍ଟନାୟକ ମଧ୍ୟ ଅନୁରୁପ ଭାବେ ବିଜେଡ଼ି ସରକାରକୁ ସମାଲୋଚନା କରିଥିଲେ । ପରିଶେଷରେ କଂଗ୍ରେସ କର୍ମୀମାନେ ପୋଲିସ କର୍ଡନ ଭାଙ୍ଗି ବିଏମସି ଅଫିସ ଭିତରେ ଧସେଇ ପଶିଥିଲେ । 
     
    ଏହି କାର୍ଯ୍ୟକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କିଶୋର ଜେନା, ମନୋରଞ୍ଜନ ଦାଶ, ଗୀତାଞ୍ଜଳି ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର,  ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ମୋହନ ଜେନା, ରଞ୍ଜିତ ପାତ୍ର, ଦେବରାଜ ମିଶ୍ର, ଆଶିଷ ମଲ୍ଲିକ, ଶ୍ରୀଧର ବଳିଆରସିଂ, ଦୀପକ ସାହୁ, ସଂକୁନା କହଁର, ଏସ୍କେ ଆପତାବ ଅଲ୍ଲୀ, ଜୟକୃଷ୍ଣ  ମଲ୍ଲିଆ, ଇନ୍ଦ୍ରଜିତ ପରିଡ଼ା, ମନୋରଞ୍ଜନ ବଡ଼ୁ, ଅକ୍ଷୟ ଦାଶ, ମନୋରଞ୍ଜନ ଜେନା, ମିହିର ଆଚାର୍ଯ୍ୟ, ବ୍ରହ୍ମାନନ୍ଦ ସାହୁ, ସିପ୍ରା ସେନାପତି, ଶ୍ରେୟ ପଣ୍ଡା, ସ୍ୱାଧୀନବାଳା ଦାସ, ଶୈଳେନ୍ଦୁ ଦାସ, ସରୋଜ ମହାନ୍ତି, ମନୋଜ ସାହୁ, ପଦ୍ମାକର ଗୁରୁ, ଲିଙ୍ଗରାଜ ସାହୁ, ରଜନୀ ମହାନ୍ତି, ଦେଓ ପ୍ରସାଦ, କୈଳାସ ସାହୁ, ପ୍ରମେଶ ସାହୁ,  ଶତୃଘନ ବେହେରା, ସେକ୍ ତାକୱିମ୍, ସୁବ୍ରତ ସେନାପତି, ସୌମେନ୍ଦ୍ର ମହାନ୍ତି, ରୀନା ସାହୁ, ମୁନି ଥାପ୍ପା, ଅନିଲ ଦାଶ, ଶୁଭ୍ରଜ୍ୟୋତି ଲେଙ୍କା, ଚନ୍ଦ୍ରକାନ୍ତ ମହାପାତ୍ର, ମଂଟୁ ମଲ୍ଲିକ, ଦିଲ୍ଲିପ ସ୍ୱାଇଁ,  ଶିବନ ମୁସାରଫ, ସାଗର ପଟ୍ଟନାୟକ, ନିହାର ବେହେରା, ଏମଡି ସାହାଦୁଲ୍ଲା, ଚନ୍ଦ୍ରକାନ୍ତ ମହାପାତ୍ର, ଶ୍ରୀନାଥ ପଟ୍ଟନାୟକ ସଂଜୟ ମିଶ୍ର, କୁନା ମୁଦୁଲି, କୁଳମଣି ସାହୁ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook