Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓବିସି ସମସ୍ୟା ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର

    Share on :
    ajab-Image
    Date: Mar 9, 2021    Views: 7595

    ଭୁବନେଶ୍ୱର   – ଆଜି ଓଡିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ଓବିସି ବିଭାଗ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ଚରଣ ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପ୍ରଦାନ କରିଛନ୍ତି । ଏଥିରେ ମୁଖ୍ୟତଃ ୨୭ ପ୍ରତିଶତ ସଂରକ୍ଷଣ ଓବିସିମାନଙ୍କୁ ଦେବା ପାଇଁ ଦାବି କରାଯାଇଥିଲା । ଆର୍ଥିକ ଅନୁନ୍ନତ ଓବିସି ବ୍ୟକ୍ତିଙ୍କ ଝିଅ ବିବାହ ପାଇଁ ଆର୍ଥôକ ଅନୁଦାନ ୨ ଲକ୍ଷ ଟଙ୍କା ପ୍ରଦାନ କରିବା, ଓବିସି ଫାଇନାନ୍ସିଆଲ କର୍ପୋରେସନକୁ ପୁନର୍ଜିବିତ କରି ପର୍ଯ୍ୟାପ୍ତ ପରିମାଣରେ ଋଣ ପ୍ରଦାନ କରିବା, କେନ୍ଦ୍ର ସରକାର କରିଥିବା କୃଷି ଆଇନ୍କୁ ପ୍ରତ୍ୟାହାର କରିବା ଏବଂ ଶ୍ରମିକମାନଙ୍କ ଦୈନିକ ମଜୁରୀ ବଢ଼ାଇବା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ୟୁନିଫର୍ମ ବାତିଲ କରିବା ନଚେତ୍ ସମସ୍ତ ସରକାରୀ କର୍ମଚାରୀମାନଙ୍କ ପାଇଁ ୟୁନିଫର୍ମ ଲାଗୁ କରିବା, ଏମ୍ଏସ୍ପି ଦୁଇଗୁଣ ବୃଦ୍ଧି କରିବା, ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଓ ଡିପ୍ଲୋମା, ଡିଗ୍ରୀ ଇଂଜିନିୟରମାନଙ୍କୁ ପ୍ୟାନେଲ ଭିତିକ ନିଯୁକ୍ତି ପ୍ରଦାନ ଇଦ୍ୟାଦି ଦାବି ଉପସ୍ଥାପନ କରାଯାଇଥିଲା । ଏହି ଦାବିଗୁଡିକୁ ମାନ୍ୟବର ରାଜ୍ୟପାଳ ସହାନୁଭୂତିର ସହ ବିଚାର କରିବେ ବୋଲି ପ୍ରତିଉତରରେ କହିଥିଲେ । ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାଇଁ ରାଉତରାୟ, କଳିଙ୍ଗ ସାହୁ, କେଦାର ଜେନା, ପଂଚାନନ ମହାପାତ୍ର, ସର୍ବେଶ୍ୱର ମହାପାତ୍ର, ମାଧବ ପାଟ୍ଟଶାଣୀ ପ୍ରମୁଖ ଯୋଗଦାନ କରିଥିଲେ । ମାନ୍ୟବର ରାଜ୍ୟପାଳଙ୍କ ଅଫିସ୍ରୁ ମାତ୍ର ୫ ଜଣଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook