Share on :
0
Date: Mar 9, 2021 Views: 5285
ଭୁବନେଶ୍ୱର - ଆଜି ମଧ୍ୟ ଭୁବନେଶ୍ୱର ବଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭୁବନେଶ୍ୱରରେ ବେଆଇନ୍ ଭାବେ ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧିର ପ୍ରତିବାଦରେ ମାଷ୍ଟରକ୍ୟାଂଟିନ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରେ ରାସ୍ତା ଉପରେ ବସି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ବିଏମ୍ସି କମିଶନର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ଉପଲକ୍ଷେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭୁବନେଶ୍ୱର ବାସିନ୍ଦା ୨୨ ବର୍ଷ ଧରି ନବୀନ ସରକାରକୁ ସମର୍ଥନ କରୁଛନ୍ତି । ମାତ୍ର ପ୍ରତିବଦଳରେ ନବୀନ ବାବୁ ଭୁବନେଶ୍ୱର ବାସିନ୍ଦାଙ୍କ ତଂଟି ଚିପି ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ଆଦାୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହା ପୂର୍ବ ଦେୟର ଦଶଗୁଣରୁ ଅଧିକ । ସ୍ଥଳ ବିଶେଷରେ ଏହା କୋଡିଏ ପଚିଶ ଗୁଣର ହୋଇଥିବା ମଧ୍ୟ ଦେଖାଯାଇଛି ।
ମହାନଗର ନିଗମ କର୍ତୃପକ୍ଷ ଏହି ଦେୟର ଅଦେ୍ର୍ଧକ ବର୍ତମାନ ଦେବା ପାଇଁ ମଧ୍ୟ କହୁଥିବା ଦେଖା ଯାଉଛି । ଧାରା ୨୧୭ ଅନୁସାରେ ପ୍ରସ୍ତାବ ଦେବା ପ୍ରଶ୍ନ ଉଠୁଛି କେଉଁଠୁ? ଧାରା ୨୧୮ ଅନୁସାରେ ଗୋଟିଏ ମୂଲ୍ୟାୟନ ଟ୍ରିବୁ୍ୟନାଲ ଗଠନ ହେବା କଥା, ତାହା ହୋଇନାହିଁ । ଧାରା ୨୧୯ ଅନୁସାରେ ସବୁ ନାଗରିକଙ୍କୁ ନୋଟିସ ଜରିଆରେ ହିସାବ ଜଣାଇବେ । ତାହା ହୋଇନାହିଁ । ପ୍ରତ୍ୟେକ ଭାଲୁ୍ୟଏସନ୍ର ଗୋଟିଏ ନିର୍ଦ୍ଧିଷ୍ଟ ସମୟସୀମା (ଚରକ୍ସସକ୍ଟୟ କ୍ଟଲ ଠବକ୍ଷସୟସଗ୍ଧଚ୍ଚ କ୍ଟଲ ଇଗ୍ଦଗ୍ଦରଗ୍ଦଗ୍ଦଜ୍ଞରଦ୍ଭଗ୍ଧ) ଅଛି । ଧାରା ୨୨୩ ଅନୁସାରେ ସାଧାରଣ ନାଗରିକକୁ ଜଣାଇ ଦିଆଯିବା କଥା । ତାହା ହୋଇନାହିଁ ଏବଂ ଧାରା ୨୨୪ ଅନୁସାରେ କୌଣସି ବ୍ୟକ୍ତି ଏଥିରେ ସନ୍ତୁଷ୍ଟ ନଥିଲେ ଅଭିଯୋଗ କରିବାର ସୁଯୋଗ ଅଛି । ତାହା ହୋଇନାହିଁ ।
ଏଣୁ ବିଏମ୍ସି ଏବଂ ରାଜ୍ୟ ସରକାରଙ୍କର ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ କଂଗ୍ରେସ ଦଳ ବରଦାସ୍ତ କରିବ ନାହିଁ । ବୃଦ୍ଧି ଟିକସ ପ୍ରତ୍ୟାହାର ନହେବା ଯାଏ ଆନେ୍ଦାଳନ ଜାରି ରହିବ । ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଭୁବନେଶ୍ୱରରେ ଷ୍ଟି୍ରଟ୍ କର୍ଣ୍ଣର ମିଟିଂ ଏବଂ ବିଏମ୍ସି ଅଫିସ୍ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ରଂଜିତ୍ ପାତ୍ର, ଅଜୟ ସାହୁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ମୋହନ ଜେନା, ରଜନୀ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ମିହିର ଆଚାର୍ଯ୍ୟ, ଶି୍ରୟା ପଣ୍ଡା, ଶ୍ରୀୟା ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିୟାରସିଂ, ମିତ୍ରଭାନୁ ମହାପାତ୍ର, ଅକ୍ଷୟ ଦାସ, ସଂକୁନା କହଁର, ବଟକୃଷ୍ଣ ରାଉତରାୟ, ମନୋଜ ସାହୁ, ସୌମେନ୍ଦ୍ର ମହାନ୍ତି, ଶତୃଘନ ବେହେରା, ରାଜକିଶୋର ବାରିକ, ସଂଜୀବ ମହାନ୍ତି, ବାଦଲ ମହାନ୍ତି, ସାଗର ପଟ୍ଟନାୟକ, ରଂଜିତ୍ ସେନାପତି, ମହମ୍ମଦ ଗୁଲଫାମ୍, ଯୁବରାଜ ମହାନ୍ତି, ବଳରାମ ସାହୁ, ସୌମ୍ୟ ପଟ୍ଟନାୟକ, କାର୍ତିକ କାଣ୍ଡି, ସୁନିଲ୍ ଗାନ୍ଧୀ, ଅବିନାଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ