ମୁଖ୍ୟ ଖବର
ଭୁବନେଶ୍ୱର : ଡକ୍ଟର ଚେଲାକୁମାରଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ ପକ୍ଷରୁ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ପ୍ରେସ ବିବୃତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି । ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି ।
ଡକ୍ଟର ଚେଲାକୁମାର ତାମିଲନାଡ଼ୁର ସାଂସଦ ଅଛନ୍ତି । ୧୯୯୧ରେ ସେ ଆନ୍ନାନଗର ଆସନରୁ ପ୍ରଥମ ଥର ପାଇଁ ତାମିଲନାଡ଼ୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ କ୍ରୀଷ୍ଣାଗିରି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଖାସ ଅନୁଗତ ଭାବେ ସେ ପରିଗଣିତ ।
ଆଜି ଏଆଇସିସି ପକ୍ଷରୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି, ସାଧାରଣ ସମ୍ପାଦକ ଓ ବିଭିନ୍ନ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି । କେସି ଭେନୁଗୋପାଳ ଦଳର ସାଂଗଠନିକ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟିରେ ଏଆଇସିସି ହାଇକମାଣ୍ଡ ସୋନିଆ ଗାନ୍ଧୀ, ମନମୋହନ ସିଂହ, ରାହୁଲ ଗାନ୍ଧୀ, ଏକେ ଆଂଟୋନୀ, ଅହମ୍ମଦ ପଟେଲ, ଅମ୍ବିକା ସୋନି, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ହରିଶ ରାୱତ, କେସି ଭେନୁଗୋପାଳ, ମଲ୍ଲିକାର୍ଜୁନ ଖାଡ଼ଗେ, ମୁକୁଲ ୱାସନିକ, ଓମେନ ଚାଣ୍ଡି, ଅଜୟ ମାକେନ, ପ୍ରିୟଙ୍କା ଗାନ୍ଧୀ, ପି ଚିଦାମ୍ବରମ, ଜିତେନ୍ଦ୍ର ସିଂହ, ତାରିକ ଅନୁୱାର, ରଣଦୀପ ସିଂହ ସୁରେଜୱାଲ, ଗୈଖାନଗମ, ରଘୁବୀର ସିଂହ ମୀନା ଓ ତରୁଣ ଗୋଗେଇ ସ୍ଥାନ ପାଇଛନ୍ତି ।
Comments ସମସ୍ତ ମତାମତ