Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତୀଶଙ୍କ ସହ ଧସ୍ତାଧସ୍ତି

    Share on :
    ajab-Image
    Date: Jun 26, 2020    Views: 3282

    ଭୁବନେଶ୍ୱର:  ଯେତେଯାହା ହେଇଗଲେ ବି କଂଗ୍ରେସ କିନ୍ତୁ ସୁଧୁରି ପାରୁନାହିଁ  । ଦଳର ସଂଗଠନ ଘୁଣ ଖାଇସାରିଲାଣି  । ଦଳ ତିନି ନମ୍ବର ସ୍ଥାନକୁ ଠେଲି ହୋଇସାରିଲାଣି  । ତଥାପିବି ଛାତ୍ର ହେଉକି ଯୁବ ଅବା ବରିଷ୍ଠ କଂଗ୍ରେସ ନେତା ସୁଧୁରିବାର ନାଁ ଧରୁନାହାନ୍ତି  । ତାହାର ଆଉ ଏକ ନଜିର ଆଜି ଦେଖିବାକୁ ମିଳିଛି  । ନିକଟରେ ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ପ୍ରସଙ୍ଗରେ କଂଗ୍ରେସ ଭବନରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିବାବେଳେ ଆଜି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନଙ୍କ ସହ ଅନ୍ୟ କେତେକ ନେତାଙ୍କର ଧସ୍ତାଧସ୍ତି ହୋଇଥିବା ଜାଣିବାକୁ ମିଳିଛି  । ଯାହା ଏବେ କଂଗ୍ରେସ ଅଳିନ୍ଦରେ ବେଶ ଚର୍ଚ୍ଚା ସୃଷ୍ଟିକରିଛି  ।

    ଜଣେ କଂଗ୍ରେସ ନେତାଙ୍କ କହିବାନୁଯାୟୀ, କଂଗ୍ରେସ ଭବନରେ ପୁଣି ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସରୁ ନିଲମ୍ବିତ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନଙ୍କ ସହ କେତେକ ନେତାଙ୍କର ଧସ୍ତାଧସ୍ତି ହୋଇଛି  । ନିକଟରେ ସ୍ମୃତିରଂଜନ ଦାୟିତ୍ୱ ଗ୍ରହଣ କରିବା ବେଳେ ମଧ୍ୟ ଫାଟକରେ ତାଲା ବନ୍ଦ ଭଳି ଘଟଣା ଦେଖିବାକୁ ମିଳିଥିଲା  । ଅତୀତରେ ମଧ୍ୟ ଖୋଦ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ବୈଠକ କରୁଥିବାବେଳେ କଂଗ୍ରେସ ଭବନରେ କେତେକ ନେତା ଗାଳିଗୁଲଜ କରିଥିବାର ନଜିର ରହିଛି  । ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବବୋଲି ନିରଂଜନ ବାରବାର କହି ଆସୁଛନ୍ତି  । ଶୃଙ୍ଖଳା କମିଟି ଦ୍ୱାରା ତଦନ୍ତ ବି ହେଉଛି  । ହେଲେ ନିରଂଜନଙ୍କ କଥା ପାଣିର ଗାର ଭଳି ପ୍ରତୀୟମାନ ହୋଇଛି  । ଯେପର୍ଯ୍ୟନ୍ତ ଦଳରେ ଶୃଙ୍ଖଳା ଆସିନାହିଁ ସେପର୍ଯ୍ୟନ୍ତ ଦଳ ଉଧେଇବାର ପ୍ରଶ୍ନ ଉଠୁନାହିଁ ବୋଲି କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook