Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପିସିସି ପରିବର୍ତନ ପାଇଁ ସୋନିଆଙ୍କୁ ଭେଟିବେ ବିରୋଧୀ

    Share on :
    ajab-Image
    Date: Nov 4, 2019    Views: 313

    ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଗତ ୫ ଦିନ ତଳେ ଏକାଠି ବସିଥିବା ନେତାମାନେ ପୁଣି ଥରେ ସ୍ଥାନୀୟ ଏକ ହୋଟେଲରେ ମିଳିତ ହୋଇ ଆଲୋଚନା କରିଛନ୍ତି । ଦଳକୁ ସଜାଡ଼ିବା ସହିତ ବିଧାୟକ ମହମ୍ମଦ ମୋକିମଙ୍କୁ ନୂଆ ସଭାପତି କରିବାକୁ ଏଆଇସିସି ସଭାନେତ୍ରୀଙ୍କୁ ପ୍ରସ୍ତାବ ଦେବା ପାଇଁ ସ୍ଥିର କରିଛନ୍ତି । ତେବେ କଂଗ୍ରେସର ଏହି ଗୋଷ୍ଠୀଙ୍କ କହିବା କଥା, ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳ ଭିତରେ ରହି ମାର୍ଗ ଦର୍ଶନ କରିବା ଦରକାର । ଓଡ଼ିଶାରେ ଦଳ ଯେପରି ବିପର୍ଯ୍ୟୟ ସ୍ଥିତି ଦେଇ ଗତି କରୁଛି ସେଥିପାଇଁ କାଳବିଳମ୍ବ ନ କରି ତୃଣମୂଳ ସ୍ତରରୁ ସଂଗଠନକୁ ସଜାଡ଼ିବାକୁ ପଡ଼ିବ । ଏଥିପାଇଁ ଯୁବ ନେତୃତ୍ୱର ଆବଶ୍ୟକତା ରହିଥିବା ସେମାନେ ଯୁକ୍ତି ଦର୍ଶାଇଛନ୍ତି ।

    ରବିବାର ସକାଳେ କଂଗ୍ରେସ ନେତା ସନତ ଦାସ, ବିଶ୍ୱଜିତ୍ ଦାସ, ନିକୁଞ୍ଜ ପଶାୟତ, ଅଶୋକ ସାମଲ, ହିମାଂଶୁ ଲେଙ୍କା, ଅନନ୍ତ ଶୟନ ପାଢ଼ୀଙ୍କ ନେତୃତ୍ୱରେ ୨୫ରୁ ୩୦ ଜଣ ଜିଲ୍ଲାସ୍ତରୀୟ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଥିଲେ । ବୈଠକରେ ପରେ ନିକୁଞ୍ଜ ପଶାୟତ କହିଥିଲେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ କରିବା ପାଇଁ ବୈଠକ ହୋଇନି । ଶ୍ରୀ ପଟ୍ଟନାୟକଙ୍କ ପ୍ରତି ସମସ୍ତଙ୍କର ସମ୍ମାନ ରହିଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଆଜି ଯେଉଁ ଅବସ୍ଥାରେ ପହଞ୍ଚିଛି ତାକୁ ସୁଧାରିବା ପାଇଁ ଜାରଦାର ଉଦ୍ୟମ ହେବା ଦରକାର । ସେଥିପାଇଁ ନେତୃତ୍ୱ ପରିବର୍ତ୍ତନ କରିବା ବର୍ତ୍ତମାନର ସମୟର ଆହ୍ୱାନ । 

    ପିସିସି ସଭାପତି ପରିବର୍ତ୍ତନ ନେଇ ସବୁ ପୁରୁଣା ଓ ବରିଷ୍ଠ ନେତାମାନଙ୍କ ସହ ଆଲାଚନା କରି ବୈଠକ କରାଯାଇଛି । ଦଳ ପାଇଁ ସବୁ କଂଗ୍ରେସ କର୍ମୀ ଚିନ୍ତିତ । ଏଥିପାଇଁ ଆସନ୍ତା ୧୨ ତାରିଖ ଭିତରେ ୧୦ ଜଣ ନେତା ଦିଲ୍ଲୀ ଗସ୍ତକରି ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମଗାଯାଇଛି । ବିଧାୟକ ମହମ୍ମଦ ମୋକିମଙ୍କୁ ପ୍ରଦେଶ କଂଗ୍ରେସର ସଭାପତି କରିବାକୁ ଶ୍ରୀମତୀ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯିବ । ଏହାସହିତ କଂଗ୍ରେସ ପୁଣି ଥରେ ଲୋକଙ୍କ କିପରି ବିଶ୍ୱାସଭାଜନ ହୋଇପାରିବ ସେଥିପାଇଁ କିଛି ପ୍ରସ୍ତାବ ମଧ୍ୟ ଏଆଇସିସିକୁ ପ୍ରଦାନ କରାଯିବ । ସେହିପରି କଂଗ୍ରେସ ନେତା ଅଶୋକ ସାମଲ ଓ ଅନନ୍ତ ଶୟନ ପାଢ଼ୀ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ ।

    ସୂଚନାଯୋଗ୍ୟ ଯେ କଂଗ୍ରେସର ଏହି ନେତାମାନେ ସଭାପତି ପରିବର୍ତ୍ତନ ନେଇ ଗତ ବୁଧବାର ବୈଠକ କରିଥିଲେ । ଦିନକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ଦଳ ଭିତରେ କୌଣସି ବିଦ୍ରୋହ ନଥିବା ନେଇ ମଧ୍ୟ ସ୍ପଷ୍ଟ କରିଥିଲେ । ଏବେ ପୁଣି ଥରେ ନେତତ୍ୱ ପରିବର୍ତ୍ତନ ଓ ଦଳକୁ ସୁଧାରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତା ଉପରେ ଏଆଇସିସି କଣ ନିଷ୍ପତ୍ତି ନେବ ତାକୁ ସମସ୍ତେ ଅପେକ୍ଷା ରଖିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook