Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କ୍ୟାବିନେଟରେ ନିଆଗଲା କି କି ନିଷ୍ପତି ?

    Share on :
    ajab-Image
    Date: Sep 15, 2020    Views: 4054

    ୧୩୮ କୋଟିର ସୁବର୍ଣ୍ଣରେଖା ସେତୁ ଟେଣ୍ଡରକୁ ମଂଜୁରୀ
    ଦ୍ରବ୍ୟ ଓ ସେବା କରରେ ସଂଶୋଧନ
    ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷାରେ ସଂଶୋଧନ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲେବି ୪ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ କ୍ୟାବିନେଟ ମଂଜୁରୀ ମିଳିଛି  । ବିଶେଷକରି ଦ୍ରବ୍ୟ ଓ ସେବା କରରେ ଆବଶ୍ୟକୀୟ ସଂଶୋଧନ, ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷାରେ ସଂଶୋଧନ ସହ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମିତ ହେବାକୁ ଥିବା ସେତୁ ଟେଣ୍ଡରକୁ ମଂଜୁରୀ ପ୍ରଦାନ କରାଯାଇଛି  । ଅପରପକ୍ଷରେ ଆଗାମୀ ବିଧାନସଭା ଆହୂତ ପାଇଁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ମୋହର ଲାଗିଛି  ।

    ଦ୍ରବ୍ୟ ଓ ସେବା କରରେ କେତେକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  । ଏହି ସଂଶୋଧନ ଆଇନରେ କୌଣସି ବ୍ୟକ୍ତି ବିନା ଇନଭଏସରେ ଦ୍ରବ୍ୟ ଓ ସେବା ଯୋଗାଉଥିଲେ ଓ ଇନପୁଟ ଟ୍ୟାକ୍ସ କ୍ରେଡ଼ିଟ ଗ୍ରହଣ ବା ବିନିଯୋଗ କରୁଥିଲେ ସେ ଯେଉଁ ପରିମାଣର ଟିକସ ଠକିଥିବେ ସେହି ପରିମାଣର ଶାସ୍ତିଧନ ପ୍ରଦାନ କରିବେ  । ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଗ୍ରହୀତାଙ୍କୁ ଟିଡ଼ିଏସ ସାର୍ଟିଫିକେଟ ପ୍ରଦାନ ନକଲେ ବିଳମ୍ବ ଫିସ ଲାଗୁ ନକରିବାର ବ୍ୟବସ୍ଥା ରହିଛି  । ରାଜ୍ୟ ସରକାର  ଟ୍ରାନଜିସନାଲ କ୍ରେଡ଼ିଟ ଲାଭ କରିବାର ପଦ୍ଧତି ଓ ସମୟ ସୀମାକୁ ନିର୍ଦ୍ଧାରିତ କରିପାରିବେ  । ଏହିଭଳି ସଂଶୋଧିତ ଆଇନରେ ଅନ୍ୟ କେତେକ ପ୍ରସ୍ତାବ ମଧ୍ୟ ରହିଛି  ।

    ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କ୍ରମେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତି ନେଇଛନ୍ତି  । ପ୍ରସ୍ତାବିତ ସେତୁର ଦୈର୍ଘ୍ୟ ୯୯୩.୧୨ ମିଟର ଓ ପ୍ରସ୍ଥ ୬୨.୦୭ ମିଟର ହୋଇଥିବାବେଳେ ଏହା ବାଲିଆପାଳ ବ୍ଲକର ଜାମକୁଣ୍ଡ ଓ ଭୋଗରାଇ ବ୍ଲକର ଅଡ଼ଙ୍ଗପନ୍ତେଇକୁ ସଂଯୋଗ କରିବ  । ଏହି ସେତୁର କାର୍ଯ୍ୟାଦେଶ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବାବେଳେ ଏଲଆଣ୍ଡଟି ଜିଓ ସର୍ବନିମ୍ନ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କାର ଟେଣ୍ଡର ପକାଇଥିଲା  । ଉକ୍ତ କମ୍ପାନୀକୁ କାର୍ଯ୍ୟାଦେଶ ଦେବାକୁ କ୍ୟାବିନେଟ ଅନୁମତି ପ୍ରଦାନ କରିଥିବାବେଳେ ୩୦ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି  ।

    ଅପରପକ୍ଷରେ ଓଡ଼ିଶା ସ୍ଥାନୀୟ ସମୀକ୍ଷା ଅଧିନିୟମ, ୧୯୮୪ରେ ସଂଶୋଧନ କରାଯାଇଛି  । ଏହି ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ନିୟମ ଉଲ୍ଳଂଘନ କରୁଥିବା ଅଧିକାରୀମାନଙ୍କୁ ସରକାରଙ୍କ ଏଚଆରଏମଏସ ପୋର୍ଟାଲରେ ନୋଟିସ ଜାରି କରାଯାଇପାରିବ  । ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook