ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ ..."/> ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ ...">
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟ ବଜେଟ : କେଉଁ ବିଭାଗ ପାଇଁ କେତେ ?

    Share on :
    ajab-Image
    Date: Feb 22, 2021    Views: 3420

    ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି  । ଏଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୬୩୧୫୦ କୋଟି ଟଙ୍କା, କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦକୁ ୬୨ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୭ ଶହ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ୭୧୫୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଅଟକଳ କରାଯାଇଛି  ।

    ବଜେଟରେ ସ୍ୱରାଷ୍ଟ୍ର ବିଭାଗ ପାଇଁ ୫୮୪୮ କୋଟି, ରାଜସ୍ୱ ବିଭାଗ ନିମନ୍ତେ ୧୨୭୮.୮୧ କୋଟି, ଅର୍ଥ ବିଭାଗ ସକାଶେ ୫୩୮୪୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । ଅପରପକ୍ଷରେ ନିର୍ମାଣ ବିଭାଗ ପାଇଁ ୬୫୮୬.୭ କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିମନ୍ତେ ୧୦୯୭.୬୮ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୮୨୭୯.୮୨ କୋଟି ଟଙ୍କା, ଏସସି ଏସଟି ବିଭାଗ ନିମନ୍ତେ ୩୬୦୬.୨୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି  । ଏତଦବ୍ୟତୀତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିମନ୍ତେ ୯୧୪୬.୨୬ କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ପାଇଁ ୫୮୦୨ କୋଟି ୫୮ ଲକ୍ଷ ଟଙ୍କା, ଯୋଜନା ଓ ସଂଯୋଜନା ନିମନ୍ତେ ୧୪୬୭.୬୬ କୋଟି, ପଂଚାୟତିରାଜ ଓ ପାନୀୟ ଜଳ ନିମନ୍ତେ ୧୯୮୦୦ କୋଟି ୫୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି  ।

    ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ଏହି ବଜେଟରେ ଜଳସମ୍ପଦ ବିଭାଗ ନିମନ୍ତେ ୮୨୬୬.୮୫ କୋଟି, ପରିବହନ ବିଭାଗ ନିମନ୍ତେ ୮୩୯.୫୮ କୋଟି, ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ୯୮୮.୭୪ କୋଟି, କୃଷି ଓ ସଶକ୍ତିକରଣ ବିଭାଗ ନିମନ୍ତେ ୫୭୧୮ କୋଟି ୭୭ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ସକାଶେ ୫୪୮୯ କୋଟି ଟଙ୍କା, ଶକ୍ତି ବିଭାଗ ସକାଶେ ୧୭୯୮.୮୮ କୋଟି ଟଙ୍କା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ପାଇଁ ୧୪୧୫ କୋଟି ୩୯ ଲକ୍ଷ ଟଙ୍କା, ସମବାୟ ବିଭାଗ ନିମନ୍ତେ ୧୬୪୧ କୋଟି ୨୭ ଲକ୍ଷ ଟଙ୍କା, ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପାଇଁ ୩୯୦୫ କୋଟି ୭୫ ଲକ୍ଷ ଟଙ୍କା, ଉଚ୍ଚଶିକ୍ଷା ବିଭାଗ ସକାଶେ ୨୪୧୬.୬୩ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସକାଶେ ୨୭୬୭ କୋଟି ୧୫ ଲକ୍ଷ ଟଙ୍କା ଓ ବିପର୍ଯ୍ୟୟ ପରିଚାଳନା ବିଭାଗ  ନିମନ୍ତେ ୩୧୧୦ କୋଟି ୩୭ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି  ।

    Maximum 500 characters

    ତାଜା ଖବର View all

    Find Us on Facebook