ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ ..."/> ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ ...">
ମୁଖ୍ୟ ଖବର
ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୬୩୧୫୦ କୋଟି ଟଙ୍କା, କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦକୁ ୬୨ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୭ ଶହ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ୭୧୫୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଅଟକଳ କରାଯାଇଛି ।
ଚଳିତ ବର୍ଷ ସମ୍ପୂର୍ଣ୍ଣ ଇ-ବଜେଟ ଉପସ୍ଥାପିତ ହୋଇଛି । ବିତୀୟ ସ୍ୱଚ୍ଛତା ବୃଦ୍ଧି ତଥା ସରକାରୀ ଅର୍ଥ ପରିଚାଳନାରେ ସଂସ୍କାର ଆଣିବାର ପ୍ରୟାସରେ ପ୍ରଥମ ଥର ପାଇଁ ଫିସକାଲ ରିସ୍କ ଷ୍ଟେଟମେଂଟ ପ୍ରକାଶ ପାଇଛି । ଏତଦବ୍ୟତୀତ ପ୍ରଥମ ଥର ସକାଶେ ବିତୀୟ କୌଶଳ ରିପୋର୍ଟ ଓ ସରକାରୀ ଋଣର ସାମ୍ପ୍ରତିକ ସ୍ଥିତିର ବିବରଣୀ ପ୍ରକାଶିତ ହୋଇଛି ।
ନୂତନ ଓଡ଼ିଶା-ସଶକ୍ତ ଓଡ଼ିଶାର ଆଶାକୁ ପୂରଣ କରିବା ପାଇଁ ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା, ଜୀବିକା, ଭିତିଭୂମି ଓ ଶିଳ୍ପ କ୍ଷେତ୍ରକୁ ପରବର୍ତୀ ସ୍ତରକୁ ନେବା ସହ ସମାଜର ଦୁଃସ୍ଥ ବର୍ଗର ଲୋକଙ୍କ ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି । ଏସସିବି ଭେଷଜ ମହାବିଦ୍ୟାଳୟକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ପ୍ରାୟ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଅପରପକ୍ଷରେ କାଳିଆ ଯୋଜନା ପାଇଁ ୧୮ ଷହ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧିନରେ ୪୫୦ କୋଟି ଟଙ୍କା, ସମସ୍ତ ପ୍ରମୁଖ ନଦୀରେ ଆଇଏସଏସର ନିର୍ମାଣ ପାଇଁ ୭୯୫ କୋଟି ଟଙ୍କା ଏବଂ କୃଷକମାନଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ୮୧୯ କୋଟିର ବ୍ୟୟବରାଦ ହୋଇଛି ।
ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ନିମନ୍ତେ ଅବଢ଼ା ଯୋଜନା ଅଧିନରେ ୫୪୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣ ଓ ୬୫ ଏକରରୁ ଉଦ୍ଧ୍ୱର୍ ସ୍ଥାନକୁ ପଥଚାରୀଙ୍କ ନିମନ୍ତେ ଉନ୍ମୁକ୍ତ କରିବା ନିମନ୍ତେ ଏକାମ୍ର ଯୋଜନା ଅଧିନରେ ୨ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଛଡ଼ା ସମଲେଶ୍ୱରୀ ମନ୍ଦିରର ରୂପାନ୍ତରଣ ନିମନ୍ତେ ସମଲେଇ ଯୋଜନାରେ ୨୦୦ କୋଟି ଟଙ୍କା ଓ ରାଉରକେଲାରେ ୧୫ ଏକରରୁ ଅଧିକ ଜମିରେ ନୂତନ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
Comments ସମସ୍ତ ମତାମତ