Share on :
0
Date: Mar 4, 2021 Views: 5567
ହାଟଡ଼ିହୀ ( ମନମୋହନ ନାୟକ )
ଦେଶର ପ୍ରଧାନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଞ୍ଚାୟତ ର ବନ୍ତଳା ଗ୍ରାମରେ ୨୦ ଟି ପରିବାର ବିଜେପି ରେ ସାମିଲ ହୋଇଛନ୍ତି। ହାଟଡ଼ିହୀ ମଣ୍ଡଳ ସଭାପତି କୈଳାଶ ସାମଲ ଙ୍କ ସଂଯୋଜନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଜିଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର , ଆନନ୍ଦପୁର ବିଧାନସଭା ର ଦଳୀୟ ସଂଯୋଜକ ସୁଶାନ୍ତ ଜେନା, ମଣ୍ଡଳ ଉପ ସଭାପତି ମାଧାବୀଲତା ରାଉତ ଙ୍କ ଉପସ୍ଥିତିରେ ନିରଞ୍ଜନ ଜେନା, ଭିକାରୀ ଚରଣ ସା, ଗୋୖରାଙ୍ଗ ଜେନା, ପ୍ରଭାତ ଜେନା, କୋଦଣ୍ଡ ଜେନା, ଅଭିମନ୍ୟୁ ନାୟକ, ଗୋଲକ ଜେନା, ମଣିଭଦ୍ର ଜେନା, ପ୍ରହଲ୍ଲାଦ ଜେନା, ଚିନ୍ତାମଣି ସାହା, ପଙ୍କଜ ଖୁଣ୍ଟିଆ, ମାନସ ନାୟକ, ସୁବାସ ଜେନା, କାଳନ୍ଦୀ ନାୟକ, ପଞ୍ଚାନନ ଜେନା , ଗୋପାଳ ପରିଡା, ପ୍ରମୁଖ ୨୦ ଟି ପରିବାର ବିଜେପି ରେ ସାମିଲ ହୋଇଛନ୍ତି। ଉପସ୍ଥିତ ନେତୃମଣ୍ଡଳୀ ସଦସ୍ୟବମାନଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ଦଳରେ ସାମିଲ କରିବା ସହ ସ୍ୱାଗତ କରିଥଲଛନ୍ତି । ଦଳ ପ୍ରତି ଲୋକଙ୍କ ଭଲପାଇବା ଓ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟ ଦକ୍ଷତା ନିଶ୍ଚିତ ରୂପେ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବ ବୋଲି ବରିଷ୍ଠ ବିଜେପି ନେତା ଆଲୋକ ସେଠୀ କହିଛନ୍ତି ।
Comments ସମସ୍ତ ମତାମତ