Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର

    Share on :
    ajab-Image
    Date: Nov 21, 2020    Views: 3851

    ନୂଆଦିଲ୍ଲୀ : କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ଆୟୋଜିତ ପୁରସ୍କାର ଉତ୍ସବରେ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରିଛି ଓଡିଶା । ବିଶ୍ୱ ମତ୍ସ୍ୟପାଳନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଏବଂ ଶ୍ରେଷ୍ଠ ଅନ୍ତର୍ଦେଶୀୟ ଜିଲ୍ଲା ବର୍ଗରେ ପୁରସ୍କୃତ କରାଯାଇଥିଲା । ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଭାବରେ ପୁରସ୍କୃତ କରାଯାଇଥିବା ବେଳେ କଳାହାଣ୍ଡିକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲ୍ଲା ଭାବରେ ସମ୍ମାନିତ କରାଯାଇଥିଲା । ମତ୍ସ୍ୟଚାଷ, ଗୋପାଳନ ଏବଂ ପଶୁପାଳନ ବିଭାଗର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ସଞ୍ଜୀବ କୁମାର ବଲ୍ୟାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଶ୍ରେଷ୍ଠ ସାମୁଦ୍ରିକ ଗରାଜ୍ୟ ଭାବରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ଶ୍ରେଷ୍ଠ ଅର୍ନ୍ତଦଶୀୟ ଜିଲ୍ଲାକୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଗରାଯିବ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟ ସର୍ବଦା ମତ୍ସ୍ୟଚାଷୀକୁ ପ୍ରୋତ୍ସାହନ ଦେଇ ଆସିଛି ଏବଂ ମତ୍ସ୍ୟଚାଷୀଙ୍କ ସୁରକ୍ଷା ଓ ଜୀବନ ଜୀବିକା ପାଇଁ ସରକାର ସର୍ବଦା ତପôର ରହିଛନ୍ତି । ଏହା ସହିତ କଳାହାଣ୍ଡି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମତ୍ସ୍ୟ ଚାଷରେ ଓଡିଶାର ଅଭିବୃଦ୍ଧି ହାର ୧୮.୯୮ ପ୍ରତିଶତ ରହିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ୮.୧୬ ଲକ୍ଷ ମେଟ୍ରିକ ଟନର ମତ୍ସ୍ୟ ଉପôାଦନ କରିଛି । ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଉପôାଦନରେ ହାରାହାରି ୧୪ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏନଏସଏସଓ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ମତ୍ସ୍ୟ ଚାଷ ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ଆୟ ୧.୫ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି । ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ ମଧ୍ୟ ଓଡିଶା ଢେର ଆଗୁଆ ରହିଛି । ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟ ୧୮ ପ୍ରତିିଶତ ଅଭିବୃଦ୍ଧି ସହିତ ୩୨୪୩ କୋଟିର ବିପଣନ କରିଛି । ଏହି ରପ୍ତାନୀ ୨୦୧୪-୧୫ରେ ୧୮୧୭ କୋଟି ଟଙ୍କା ରହିଥିଲା । ବର୍ତ୍ତମାନ ରାଜ୍ୟ ପ୍ରାୟ ୬୬ ହଜାର ଟନର ସାମୁଦ୍ରିକ ଖାଦ୍ୟ ବିପଣନ କରୁଛି । ଏହା ସହିତ ମତ୍ସ୍ୟ ଉପôାଦନରେ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର କୌଶଲ୍ୟା ଗଙ୍ଗ, ସରମଙ୍ଗା, ଚିପିଲିମା ଏବଂ ଭଞ୍ଜନଗର ଠାରେ ଚାରିଟି ମତ୍ସ୍ୟ ଉପôାଦନ କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ଉନ୍ନତ କ୍ୱାଲିଟିର ମାଛ ବିହନ ପ୍ରସ୍ତୁତ କରାଯାଇଥାଏ । ଏହା ସହିତ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିଭାଗ ପକ୍ଷରୁ ମଧ୍ୟ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବୈଷୟିକ କୌଶଳର ବ୍ୟବହାରରେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ପକ୍ଷରୁ ମତ୍ସ୍ୟ ପୋଖରୀ ଯୋଜନା ପ୍ରଣୟନ କରାଯାଇଥିଲା । ଏହି ଯୋଜନାରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରାଯିବା ସହିତ ସବସିଡିର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟରେ ରହିଥିବା ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଧରଣର ଜଳଭଣ୍ଡାରର ୧ ପ୍ରତିଶତକୁ ମାଛ ଚାଷ ପାଇଁ ବ୍ୟବହାର କରୁଛନ୍ତି ସରକାର । ଏହା ଦ୍ୱାରା ବାର୍ଷିକ ୧.୨୫ ଲକ୍ଷ ମେଟ୍ରିକ ଟନ ମାଛ ଉପôାଦନ ହେବ । ରାଜ୍ୟରେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ନିମନ୍ତେ ପ୍ରଥମ ଥର ପାଇଁ ବାୟୋଫ୍ଲକ ବ୍ୟବସ୍ଥା ଆପଣା ଯାଇଛି । ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିଭାଗ କମିଶନର ତଥା ସଚିବ ଅର ରଘୁ ପ୍ରସାଦ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ଗ୍ରହଣ କରିଥିଲେ । କଳାହାଣ୍ଡି ଜିଲ୍ଲା ମତ୍ସ୍ୟ ଚାଷ ବିଭାଗ ସହକାରୀ ନିଦେ୍ର୍ଧଶକ ଶଶୀକାନ୍ତ ଆଚାର୍ଯ୍ୟ ଶ୍ରେଷ୍ଠ ଅନ୍ତର୍ଦେଶୀୟ ଜିଲ୍ଲା ପୁରସ୍କାର ଗ୍ରହଣ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook