Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜଟିଳ ହେଉଛି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବିବାଦ

    Share on :
    ajab-Image
    Date: Nov 18, 2020    Views: 3414

    କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ହାତକୁ ନେଇଥିଲା ବେଳେ ଏହାକୁ ସହି ପାରିନି ଆନ୍ଧ୍ର । ବରଂ ଓଡ଼ିଶା ସୀମା ଭିତରେ ଥିବା ତଳଗଂଜେଇପଦରରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି । ଏପଟେ ପଟାଙ୍ଗୀ ବିଧାୟକ କୋଟିଆ ପଞ୍ଚାୟତ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସେପଟେ କୋଟିଆକୁ ପୋଷ୍ୟ ଗ୍ରାମ  ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ଭିତରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି । ୧୯୬୮ ମସିହାରୁ ଏହି ବିବାଦ ଆରମ୍ଭ ହୋଇଥିଲ ବେଳେ ଆଜି ପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରିନି । ଏପଟେ ଏହି ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାମ ଜାରି ରଖିଛନ୍ତି । ଏହାକୁ ନେଇ ତାତିଛି ଆନ୍ଧ୍ର । କୋଟିଆବାସୀ ଓଡ଼ିଶା ସାଙ୍ଗରେ ରହୁଥିବା ଦେଖି ନୂଆ ଚାଲ ଖେଳିଛି ପଡେ଼ାଶୀ  । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ପୋଖରୀ ଖୋଳା ଆରମ୍ଭ କରିଛି । ତଳଗଞ୍ଜେଇପଦରରେ ଏକ ବଡ଼ ପୋଖରୀ ଖୋଳୁଥିବା ବେଳେ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର । ଏହି ପୋଖରୀରେ ମାଛ ଚାଷ ହେବା ସହ ଚାଷ ପାଇଁ ଜଳ ଯୋଗାଣ କରିବାକୁ ଆନ୍ଧ୍ର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି । ଏଥିରେ ଲୋକେ ବି ଭଳିଯିବା ଆରମ୍ଭ କଲେଣି । ଏପରିକି ଆନ୍ଧ୍ରପଟକୁ ଢ଼ଳିବା ଆରମ୍ଭ କଲେଣି । ଏମିତିରେ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଥିବା ବେଳେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢ଼ୀ କୋଟିଆ ପଞ୍ଚାତ ଗସ୍ତରେ ଯାଇଥିାଲ । ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ନେଇ ଅବଗତ କରାଇଥିଲେ । ଆନ୍ଧ୍ରର ଏମିତି ଅନୁପ୍ରବେଶକୁ ସେ ନିନ୍ଦା କରିବା ସହ କୋଟିଆକୁ ଓଡ଼ିଶାରୁ କେହି ଅଲଗା କରିପାରିବେ ନାହିଁ ବୋଲି ବିଧାୟକ କହିଛନ୍ତି । ଅପର ପକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଆନ୍ଧ୍ର ପୋଖରୀ ଖୋଳାଯିବା ନେଇ ପ୍ରଶାସନ ପାଖରେ ଖବର ରହିଛି । ଏଥିନେଇ ପଟାଙ୍ଗୀ ତହସିଲଦାର ଓ ବିଡିଓଙ୍କୁ ମଧ୍ୟ ଅନୁଧ୍ୟାନ କରିବାକୁ କୁହାଯାଇଛି । ସେମାନେ କେଉଁଠି ପୋଖରୀ ଖୋଳିଛନ୍ତି ତାହା ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook