Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ଦ ପ୍ରୋମିଜେଡ ଲ୍ୟାଣ୍ଡ’: ମହାତ୍ମା ଗାନ୍ଧିଙ୍କ ସମ୍ପର୍କରେ ଓବାମାଙ୍କ ରହିଛି ଏଭଳି ଚିନ୍ତାଧାରା

    Share on :
    ajab-Image
    Date: Nov 20, 2020    Views: 3551

    ନୂଆଦିଲ୍ଲୀ: ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା କହିଛନ୍ତି ଯେ ଭାରତ ପ୍ରତି ତାଙ୍କର ଆକର୍ଷଣ ମହାତ୍ମା ଗାନ୍ଧିଙ୍କ ଜୀବନୀ ଓ କାର୍ଯ୍ୟଧାରା ଦ୍ୱାରା ପ୍ରଭାବିତ । ଗାନ୍ଧିଜୀଙ୍କ ଅହିଂସା ଆନେ୍ଦାଳନକୁ ଓବାମା ପ୍ରଶଂସା କରିଥିବା ବେଳେ ଧର୍ମ ଆଧାରରେ ଦେଶର ବିଭାଜନକୁ ରୋକିବା ପାଇଁ ସେ ଅସଫଳ ରହିଥିଲେ ବୋଲି କହିଛନ୍ତି । ଏହି କଥା ଓବାମା ତାଙ୍କର ଜୀବନୀ ପୁସ୍ତକ ‘ଦ ପ୍ରୋମିଜେଡ ଲ୍ୟାଣ୍ଡ’ ରେ ଲେଖିଛନ୍ତି । ଓବାମା ଆମେରିକାର ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଭାରତ ଗସ୍ତରେ ଆସି ମୁମ୍ବାଇ ଯାଇଥିଲେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ । ସେଠାରେ ମଣି ଭବନକୁ ଯାଇ ଗାନ୍ଧିଜୀ ରହୁଥିବା ପ୍ରକୋଷ୍ଠ ପରିଦର୍ଶନ କରିଥିଲେ । ଓବାମା ଲେଖିଛନ୍ତି, ଆଫି୍ରକାରେ ରହି ଆସିଥିବା ଜାତିବାଦ ବିରୋଧରେ ସ୍ୱର ଉତ୍ତୋଳନ କରି ଗାନ୍ଧି ସଫଳ ହୋଇଥିଲେ । ମହାତ୍ମା ଗାନ୍ଧିଙ୍କ ସହ ମୁହାଁମୁହିଁ କଥା ହେବା ପାଇଁ ତାଙ୍କର ଇଚ୍ଛା ହେଉଥିଲା । ଗାନ୍ଧି ବଞ୍ଚିଥିଲେ ସେ ତାଙ୍କ ପଚାରିଥାନ୍ତେ, କମ ସମୟ ମଧ୍ୟରେ ବୃହତ ଶକ୍ତି ଓ କଳ୍ପନାକୁ କିପରି ସାକାର କରାଯାଇ ପାରିବ । ସେ ପଚାରିଥାନ୍ତେ ନିରାଶ ଓ ହତାଶା ମଧ୍ୟରେ ଗାନ୍ଧି କିଭଳି ଆଶାର ଆଲୋକ ଖୋଜି ପାଉଥିଲେ । ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଗାନ୍ଧିଜୀଙ୍କ ଉପସ୍ଥିତି ଅନୁଭବ କରି ହେଉଛି ବୋଲି ଓବାମା ତାଙ୍କ ପୁସ୍ତକରେ କହିଛନ୍ତି । ଓବାମା ଭାରତ ଗସ୍ତରେ ଆସିଥିବା ବେଳେ ମଣିଭବନର ଗେଷ୍ଟ ବୁକ ଦେଖି ଖୁସି ହୋଇଯାଇଥିଲେ । ୧୯୫୯ ମସିହାରେ ମାର୍ଟିନ ଲୁଥର କିଙ୍ଗ ଜୁନିଅର ମଣିଭବନ ପରିଦର୍ଶନ କରିଥିଲେ ଏବଂ ଗେଷ୍ଟ ବୁକରେ ତାଙ୍କର ସ୍ୱାକ୍ଷର ରହିଛି । ଆମେରିକାର ରଙ୍ଗଭେଦକୁ ନେଇ ବିବାଦ ଚାଲିଥିବା ବେଳେ ସେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ଭାରତ ଗସ୍ତରେ ଆସିଥିଲେ । ଓବାମା ତାଙ୍କ ପୁସ୍ତକରେ ଲେଖିଛନ୍ତି, ତାଙ୍କ ଜୀବନରେ ଚାରି ଜଣଙ୍କ ପ୍ରେରଣା ସବୁଠାରୁ ମହତ୍ୱପୂର୍ଣ୍ଣ ଥିଲା । ସେମାନେ ହେଲେ ଲିଙ୍କନ, ଗାନ୍ଧି, କିଙ୍ଗ ଏବଂ ମାଣ୍ଡେଲା ଏମାନଙ୍କ ମଧ୍ୟରେ ଗାନ୍ଧି ହିଁ ସର୍ବାଗ୍ରେ ରହିଛନ୍ତି ବୋଲି ଓବାମା କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook