Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ

    Share on :
    ajab-Image
    Date: Feb 27, 2020    Views: 9550

    ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ ଅଧିକାରୀ ତଥା ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଥିବା ପ୍ରଦୀପ କୁମାର ଦାଶଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଧଶକ ଭାବେ ନିଯୁକ୍ତି ମିଳିଛି । ନିକଟରେ ଶ୍ରୀ ଦାଶଙ୍କୁ ଓଡ଼ିଆ ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିସନର ସଚିବ ଭାବେ ବଦଳି କରାଯାଇଥିଲା । ସେହିପରି ଓଡ଼ିଶା ଲୋକସେବା ଆୟୋଗର ସଚିବ ଥିବା କୁମୁଦ ଚନ୍ଦ୍ର ମଲ୍ଲିକଙ୍କୁ ବଦଳି କରାଯାଇ କୃଷି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ବିଭୂତି ଭୂଷଣ ଦାସଙ୍କ ଓପିଏସସିର ସଚିବ ପଦରେ ନିଯୁକ୍ତି ମିଳିଛି ।

    ସେହିପରି ବ୍ରହ୍ମପୁରରେ ଚକବନ୍ଦୀ ଅଫିସର ଥିବା ଓଏଏସ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ନୂଆପଡ଼ା ଏଡିଏମ, ଏସସି-ଏସଟି ବିଭାଗରେ ଯୁଗ୍ମ ସଚିବ ଥିବା ନୃପରାଜ ସାହୁଙ୍କୁ କେବିକେ ଜିଲ୍ଲାର ଯୁଗ୍ମ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସ ଦାୟିତ୍ୱରେ ଥିବା ଶଶାଙ୍କ ଶେଖର ଦାଶଙ୍କୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସିଇଓ ଭାବେ କାର୍ଯ୍ୟରତ ନୀତି ରଞ୍ଜନ ସେନଙ୍କୁ ସୁବର୍ଣ୍ଣପୁର ଏଡିଏମ ଭାବେ ବଦଳି କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଜେନେରାଏ ମ୍ୟାନେଜର (ସାମାଜିକ ପ୍ରକଳ୍ପ) ଓଏଏସ ଦୀପ୍ତିରାଣି ସାହୁଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଓଏସଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଗଞ୍ଜାମ ଡିଆରଡିଏ ଏପିଡି ଭାବେ ପୂର୍ବରୁ ବଦଳି ହୋଇଥିବା ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ବାରିପଦା ଆଇଟିଡିଏର ପିଏ ଏବଂ ଆଠଗଡ଼ ବିଡିଓ ଅଜମ୍ବର ମହାନ୍ତିଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ଏହା ସହିତ ୧୨ ଜଣ କନିଷ୍ଠ ବର୍ଗର ଓଏଏସ ଅଧିକାରୀଙ୍କୁ ବରିଷ୍ଠ ବର୍ଗକୁ ପଦୋନ୍ନତି ମିଳିଛି ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook