ମୁଖ୍ୟ ଖବର
ରାୟଗଡ଼ା: ଗାଁରେ ମୋବାଇଲ ନେଟୱାର୍କ ନଥିବାରୁ ପଢ଼ିବାକୁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ । ପାହାଡ଼ ଉପରେ ପଢ଼ା ସାରି ପୁଣି ଘରକୁ ଫେରୁଛନ୍ତି । ୟା ଭିତରେ ଖରା, ବର୍ଷା ମାଡ଼ ମଧ୍ୟ ଖାଉଛନ୍ତି । ଅନଲାଇନ ପାଠପଢ଼ା ପାଇଁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ରାୟଗଡ଼ା ସଦର ବ୍ଲକ ପିତାମହଲ ପଞ୍ଚାୟତର କନ୍ଧଖିଲମ ଗାଁର ଛାତ୍ରଛାତ୍ରୀଙ୍କୁ । କନ୍ଧଖିଲମ ଗାଁରେ ୩୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ରାୟଗଡ଼ା ମହିଳା ମହାବିଦ୍ୟାଳୟ, ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ହାଇସ୍କୁଲରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ କରୋନା ଯୋଗୁଁ ଲକଡାଉନ ଚାଲିଥିବାରୁ ସ୍କୁଲ, କଲେଜ ବନ୍ଦ ରହିଛି । ସରକାରଙ୍କ ନିଦେ୍ର୍ଧଶରେ ଅନଲାଇନ ପାଠପଢ଼ା ଚାଲିଥିବାରୁ ଛାତ୍ରଛାତ୍ରୀ ପଢ଼ିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କନ୍ଧଖିଲମ ଗାଁରେ ମୋବାଇଲ ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୪ଟାରୁ ୫ କିମି ଦୂରରେ ଥିବା ପିତାମହଲ ଚାଲି ଚାଲି ଆସିବାକୁ ପଡୁଛି । ପ୍ରତିଦିନ ଏତେ ଦୂର ଚାଲିଆସିବା ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ଗାଁ ପାଖରେ ଥିବା ପାହାଡ଼ ଉପରକୁ ଚଢ଼ୁଛନ୍ତି ଛାତ୍ରଛାତ୍ରୀ । ମୋବାଇଲ ନେଟୱର୍କ ଆସୁଥିବା ନିତିଦିନିଆ ରାସ୍ତା ନଥିବାରୁ ପାଣି କାଦୁଅ ଭରା ପାଦଚଲା ରାସ୍ତାରେ ଯାଇ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ସେଥିରେ ପୁଣି ପାହାଡ଼ ଉପରେ ଅଧା ସମୟ ନେଟୱାର୍କ ଆସୁଥିବା ବେଳେ ଅଧା ସମୟ ଆସୁନାହିଁ । ଫଳରେ ପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଛାତ୍ର ମନୋଜ କୁମାର ବାତ୍ରା ।
Comments ସମସ୍ତ ମତାମତ