Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦିଙ୍କ ପୁରୁଣା କ୍ଲିପିଂ ଛାଡ଼ି ନୀତୀଶଙ୍କୁ ନିଶାନା

    Share on :
    ajab-Image
    Date: Nov 1, 2020    Views: 3749

    ପାଟନା : କଂଗ୍ରେସ ଓ ବାମଦଳ ସହ ମେଣ୍ଟ କରି ମହାମେଣ୍ଟର ମୁଖିଆ ସାଜିଥିବା ଆରଜେଡି ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନିଶାଣ କରିବା ଲାଗି ଭିନ୍ନ ଅସ୍ତ୍ର ପ୍ରୟାସ କରିଛନ୍ତି । ନୀତୀଶଙ୍କ ସରକାର ୩୦ ହଜାର କୋଟି ଟଙ୍କାର ୬୦ ରୁ ଅଧିକ ଦୁର୍ନୀତି ସହ ଜଡ଼ିତ ବୋଲି ୩୧ ବର୍ଷୀୟ ତେଜସ୍ୱୀ ଅଭିଯୋଗ ଆଣିଛନ୍ତି । ତେବେ ନିଜ ଦାବିରେ ଯଥାର୍ଥତା ପ୍ରତିପାଦନ ପାଇଁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପୁରୁଣା ଭିଡିଓ କ୍ଲିପିଂ ଛାଡ଼ିଛନ୍ତି । ନୀତୀଶଙ୍କ ଏହି ୬୦ ଦୁର୍ନୀତି ମଧ୍ୟରୁ ୩୩ଟିକୁ ମୋଦି ହିଁ ପୂର୍ବରୁ ତାଲିକାଭୁକ୍ତ କରିଥିଲେ ବୋଲି କହି ତେଜସ୍ୱୀ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି । ଇଞ୍ଜିନିୟରିଂ କଲେଜ ଠାରୁ ଆରମ୍ଭ କରି ଔଷଧ କିଣା, ମଦ ବିକି୍ର ଓ ମଧ୍ୟାହ୍ନ ଭୋଜନ ଆଦି ଦୁର୍ନୀତି ସମ୍ପର୍କରେ ନିଜେ ମୋଦି ତାଙ୍କ ତୁଣ୍ଡରେ କହୁଥିବା ତେଜସ୍ୱୀ ଦର୍ଶାଇଛନ୍ତି । ନିକଟରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସହ ଗୋଟିଏ ମଞ୍ଚରେ ବିହାରବାସୀ ଦେଖିବାକୁ ପାଇଥିଲେ । ତେବେ ପୁରୁଣା ଭିଡିଓ କ୍ଲିପିଂ ହେଉ ପଛକେ, ତେଜସ୍ୱୀଙ୍କ ଏହି ନୂତନ ଚାଲ ଭୋଟରଙ୍କ ମଧ୍ୟରେ ଆଲୋଡ଼ନ ଖେଳାଇ ଦେଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook