Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    Share on :
    ajab-Image
    Date: Jan 2, 2021    Views: 3549

    ପାଟନା: ବିହାର ବିଧାନସଭାର ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କଲେ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ଥୋପ ପକାଇବାର ଦିନ କେଇଟା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ନୀତୀଶଙ୍କୁ ମହାମେଣ୍ଟ ଅନ୍ତର୍ଭୁକ୍ତ କରାଯିବା ସମ୍ପର୍କରେ ବିଚାର ଚାଲିଛି ବୋଲି ସୂଚନା ଦେଇଛନ୍ତି । ବିହାରବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ଅବସରରେ ଶୁକ୍ରବାର ରାବଡୀ କହିଛନ୍ତି ଯେ ନୀତୀଶ କୁମାରଙ୍କୁ ପୁଣି ଥରେ ମହାମେଣ୍ଟାୀ ସାମିଲ କରିବା ନେଇ ଆରଜେଡିରେ ଆଲୋଚନା ଚାଲିଛି । ଅରୁଣାଚଳ ପ୍ରଦେଶରେ ୬ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବାକୁ ନେଇ ସେ କହିଛନ୍ତି ଆଗାମୀ ଦିନରେ ବିହାରରେ ଏହାର ପୁନରାବୃତ୍ତି ହୋଇପାରେ । ଏହାକୁ ଧ୍ୟାନରେ ରଖି ଆରଜେଡି ତଥା ଏହା ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର କୌଣସି ନେତା ନୀତୀଶ କୁମାରଙ୍କ ବିରୋଧରେ କୌଣସି ରାଜନୈତିକ ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି । ସରକାରଙ୍କ ବିରୋଧରେ ଆରଜେଡିର କୌଣସି ନେତା ବା ପ୍ରବକ୍ତା ଗଣମାଧ୍ୟରେ ଭାବିଚିନ୍ତି ବୟାନ ଦେବାକୁ କୁହାଯାଇଛି । ବିହାର ସରକାରର ବିବାଦ ଓ ଅରୁଣାଚଳ ଘଟଣାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଏବେ ବିବାଦ ସୃଷ୍ଟି ହୋଇଛି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook