Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଭାଗ ବଣ୍ଟନ କଲେ ନୀତିଶ, ବିଜେପିକୁ ମିଳିଲା ପ୍ରମୁଖ ବିଭାଗ

    Share on :
    ajab-Image
    Date: Nov 18, 2020    Views: 3815

    ପାଟନା: ନୂଆ ବିହାର କ୍ୟାବିନେଟରେ ୧୪ ଜଣ ମନ୍ତ୍ରୀ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଭାଗ ବଣ୍ଟନ କରିଛନ୍ତି । ପ୍ରଥମ ଥର ପାଇଁ ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ନୂଆ ସରକାରରେ ୧୪ ଜଣ ମନ୍ତ୍ରୀ ଅଛନ୍ତି । ୭ ଜଣ ବିଜେପିର, ୫ ଜଣ ଜେଡିୟୁର ଏବଂ ହାମ ଓ ଭିଆଇପି ଦଳରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି । ନୀତୀଶ ନିଜ ପାଖରେ ଗୃହ ବିଭାଗ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ବିଭାଗ ରଖିଛନ୍ତି । ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ ମନ୍ତ୍ରାଳୟ ସହ ପରିବେଶ ଏବଂ ଜଙ୍ଗଲ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ବିକାଶ ବିଭାଗ ପରି ପ୍ରମୁଖ ବିଭାଗର ଦାୟିତ୍ୱ ମିଳିଛି । ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ପଞ୍ଚାୟତରାଜ ମନ୍ତ୍ରାଳୟ, ପଛୁଆ ଜାତି କଲ୍ୟାଣ ବିଭାଗର ଦାୟିତ୍ୱ ମିଳିଛି ।

    Maximum 500 characters

    ରାଜନୀତି View all

    Find Us on Facebook