ମୁଖ୍ୟ ଖବର
ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟରତ ନିରଞ୍ଜନ ସେଠୀଙ୍କର ପଦୋନ୍ନତି ହୋଇଛି । ସେ ନିଦେ୍ର୍ଧଶକ(ବୈଷୟିକ) ପଦବିରେ କାର୍ଯ୍ୟ କରିବେ । ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଉତ୍ତରାଞ୍ଚଳ ଉପ ନିଦେ୍ର୍ଧଶକ (ସମ୍ବଲପୁର), ବିଭାଗର ସବୁ ଶାଖାରେ ଶାଖା ଅଧିକାରୀ ଭାବେ କାର୍ଯ୍ୟ କରି ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିସରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ୍ ମିଡିଆର ନୋଡାଲ୍ ଅଫିସର୍ ଭାବେ କାର୍ଯ୍ୟ କରିଥିଲେ । ଶ୍ରୀ ସେଠୀଙ୍କ ଦୀର୍ଘ ଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧି କରି ରାଜ୍ୟ ସରକାର ତାଙ୍କୁ ନିଦେ୍ର୍ଧଶକ (ବୈଷୟିକ) ଭାବେ ପଦୋନ୍ନତି ଦେଇଛନ୍ତି ।
Comments ସମସ୍ତ ମତାମତ