Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ରାଜନୀତି

ମୁଖ୍ୟ ଖବର

    ‘ସାମ୍ବାଦିକଙ୍କୁ ବି ମିଳୁ ୫୦ ଲକ୍ଷ’

    Share on :
    ajab-Image
    Date: May 15, 2020    Views: 3254

    ଭୁବନେଶ୍ୱର: ଅନ୍ୟ କରୋନା ଯୋଦ୍ଧାଙ୍କ ପରି ସାମ୍ବାଦିକଙ୍କୁ ମଧ୍ୟ ସହାୟତା ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।  ସାମ୍ବାଦିକଙ୍କୁ  ମଧ୍ୟ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ନିରଞ୍ଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

    ନିରଞ୍ଜନ କହିଛନ୍ତି ଯେ, ସଚେତନତା ଲାଗି ସାମ୍ବାଦିକମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ।  କରୋନାବେଳେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତୁ୍ୟ ହେଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ପ୍ରଦାନ କରିବାକୁ ନିରଞ୍ଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

    ପୂର୍ବରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କ  ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଥିଲା । 

    ପ୍ରକାଶ ଯେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂଳସ୍ତରରେ କାମ କରୁଥିବା ସରପଞ୍ଚ ଓ ସ୍ୱେଚ୍ଛାସେବୀମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରିଥିଲେ ।  ସେମାନେ କ୍ୱାରେଣ୍ଟାଇନ କେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସହ କୋଭିଡ ହସ୍ପିଟାଲରେ ଉତ୍ସଗୀକୃତଭାବେ କାମ କରୁଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇ ମୃତୁ୍ୟବରଣ କରନ୍ତି ତାଙ୍କ ପରିବାରକୁ ୫୦ ଲକ୍ଷର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।  

     

    Maximum 500 characters

    ରାଜନୀତି View all

    Find Us on Facebook