Share on :
0
Date: May 11, 2020 Views: 3918
ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ପଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗରିବ ଓଡ଼ିଆଙ୍କୁ ବଞ୍ଚାଇବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ସେ ଦଳୀୟ ଟ୍ୱିଟର ହ୍ୟାଣ୍ଡେଲରେ ଏଭଳି ନିବଦେନ କରିଛନ୍ତି ।
ସେ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯ, ଓଡ଼ିଶାରେ କରୋନା ପରିସ୍ଥିତି ଭୟାବହ । ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗଞ୍ଜାମ ଜିଲ୍ଲାରେ ୩୦/୪୦ ହଜାର ପହଞ୍ଚିଲେଣି । ଆଗକୁ ଆହୁରି ଆସିବେ । ଗତକାଲି ବାଚସ୍ପତି କହୁଥିଲେ ଯେ, ଗାଁ ମଝିରେ କ୍ୱାରେଣ୍ଟାଇନ ସେଣ୍ଟର ହୋଇଛି । ରାତିରେ ଲୋକେ କ୍ୱାରେଣ୍ଟାଇନ ସେଣ୍ଟରରେ ନରହି ଘରକୁ ପଳାଉଛନ୍ତି । ସରକାର ବିଭିନ୍ନ ରାଜନୈତିକ ଲୋକ ଓ ସିଭିଲ ସୋସାଇଟିକୁ ସାଥିରେ ନିଅନ୍ତୁ । ଗଞ୍ଜାମରେ ଏତେ ଆକ୍ରାନ୍ତ ବାହାରୁଥିଲେ ବ ି ମାତ୍ର ୨୦୦ ବେଡ କରାଯାଇଛି । ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ଭୟାନକ ଚିତ୍ର ଦେଖିବାକୁ ମିଳିପାରେ । ଯେଉଁଠି ଆବଶ୍ୟକ ସେଠି ନାହିଁ, ଯେଉଁଠି ଅନାବଶ୍ୟକ ସେଠି ହସ୍ପିଟାଲ ଅଛି । ଏସବୁକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେବା ଜରୁରୀ ହୋଇଛି । ଆମେ ସରକାରଙ୍କୁ ନିବେଦନ କରୁଛୁ, ଗରିବ ଓଡ଼ିଆଙ୍କୁ ବଞ୍ଚାନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
Comments ସମସ୍ତ ମତାମତ