ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶାରେ ଏବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପରିସ୍ଥିତି ଏମିତି ହେଲାଣି ଯେ, ଓଡ଼ିଶାରେ ଏବେ ରାଜନୈତିକ ହତ୍ୟା ଆରମ୍ଭ ହୋଇଗଲାଣି । ଏକଥା ଆମେ କହୁନାହୁଁ । ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି । ମହାଙ୍ଗା ବିଜେପି କର୍ମୀ କର୍ମୀଙ୍କୁ ହତ୍ୟା ଘଟଣାରେ ନିଜର ପ୍ରତିକ୍ରିୟା ରଖିବା ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କୁଳମଣି ବରାଳଙ୍କୁ ହତ୍ୟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କୁ ଅନୁରୋଧ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ, ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦)ଙ୍କୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତିଯେ, ଘଟଣାକୁ ନେଇ ସେ ଦୁଃଖିତ ଓ ମର୍ମାହତ । ରାଜନୀତିରେ ହିଂସାର ସ୍ଥାନ ନାହିଁ । କୁଳମଣିଙ୍କୁ ଯିଏ ହତ୍ୟା କରିଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲପ୍ରତାପ କହିଛନ୍ତି ।
ସୂଚନାଯୋଗ୍ୟଯେ, ଗତକାଲି ରାତି ପ୍ରାୟ ସାଢେ଼ ୭ଟା ସମୟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । କୁଳମଣି ଓ ଦିବ୍ୟସିଂହ ବାଇକରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଉଭୟଙ୍କ ମୁଣ୍ଡ ଓ ମୁହଁକୁ ହାଣି ଫେରାର ହୋଇଯାଇଥିଲେ । ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ମାହାଙ୍ଗା ଡାକ୍ତରଖାନାକୁ ନେଇଥିଲା । ଏଥିରେ ବିଜେଡ଼ିର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ କରିଛନ୍ତି ।
Comments ସମସ୍ତ ମତାମତ