Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିନା ଟିକସରେ ଅର୍ଥ ଉପାର୍ଜନକାରୀ ରାଜ୍ୟର ଶତ୍ରୁ: ନିରଞ୍ଜନ

    Share on :
    ajab-Image
    Date: Oct 9, 2020    Views: 3387

    ଭୁବନେଶ୍ୱର: କଂଗ୍ରେସ ଦଳକୁ ୧୩୫ ବର୍ଷ ପୁରିଛି ।  ନିସ୍ୱାର୍ଥପର ସେବା କରିବା ଥିଲା ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମ । ଦାନ କରିବା ଥିଲା ଧର୍ମ । ଦୁର୍ନୀତି ଥିଲା ତାଙ୍କର ଶତ୍ରୁ ବା ବିଷ । ଆଜି ଓଡିଶାର ଜନସାଧାରଣ, କଂଗ୍ରେସ ନେତା ଓ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ଯଦି ଏହି ନୀତି ନଆପଣାନ୍ତି ତେବେ ଓଡିଶାର ବିକାଶ କରିବା ସମ୍ଭବ ନୁହେଁ । ଏହା ମନ ରଖିବା ଉଚିତ୍ ଦୁର୍ନୀତି ମାଧ୍ୟମରେ ଯେଉଁ ବ୍ୟକ୍ତି ରାଜନୀତି ବା ଧନସଂପତି ଠୁଳ କରେ ତା'ର ଦଣ୍ଡ ଦିନେନା ଦିନେ କୌଣସି ନା କୌଣସି ଉପାୟରେ ଭୋଗିବାକୁ ପଡିବ, ଏହା ପ୍ରମାଣିତ । ଟିକସ ନଦେଇ ବା ଆୟକର ନଦେଇ ଯେଉଁମାନେ ଅର୍ଥ ଉପାର୍ଜନ କରନ୍ତି, ସେହିମାନେ ହିଁ ଜନସାଧାରଣଙ୍କ ଓ ରାଜ୍ୟର ଶତ୍ରୁ । ପ୍ରଚୁର ଅର୍ଥ ବ୍ୟୟ କରି ଯେଉଁମାନେ ନିର୍ବାଚନ ଅବତୀର୍ଣ୍ଣ ହୁଅନ୍ତି ସେମାନେ ହେଲେ ସାମାଜିକ ଶତ୍ରୁ । ଏମାନଙ୍କ ପ୍ରତି ଜନସାଧାରଣ ସତର୍କ ରହିବା ନିତାନ୍ତ  ଆବଶ୍ୟକ । ଯେପର୍ଯ୍ୟନ୍ତ ଆମେମାନେ ଏହାକୁ ଘୃଣା କରିନାହାନ୍ତି ବା ବିରୋଧ କରିନାହାନ୍ତି ଏବଂ ଏହିପରି ବ୍ୟକ୍ତିଙ୍କୁ ଗଣତନ୍ତ୍ର ପ୍ରକି୍ରୟାରେ ସମର୍ଥନ ଜଣାଉଛନ୍ତି, ଆମେ ଦୋଷ ଦେବା କାହାକୁ ବୋଲି  ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ନିସ୍ୱାର୍ଥପର ଓ ସମର୍ମିତ ସେବା ଓ ତ୍ୟାଗପୂତ ଦାନ ଥିଲା ଗୋପବନ୍ଧୁ ଓ ମଧୁବାବୁଙ୍କ ଆଦର୍ଶ ଓ ନୀତି । ଆସନ୍ତୁ ଏହାକୁ ପାଥେୟ କରି କାର୍ଯ୍ୟ କରିବା । ଦୁର୍ନୀତିକୁ ନୀତି କରି ଯେଉଁମାନେ ସାମାଜିକ ପ୍ରତିଷ୍ଠା ଲାଭ କରିବା ପାଇଁ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଘୃଣା କରିବା । ତାହାହିଁ ଥିଲା ଗୋପବନ୍ଧୁ ଓ ମଧୁବାବୁଙ୍କ ନୀତି ଓ ଆଦର୍ଶ ଥିଲା ବୋଲି ପଣ୍ଡିତ ଉକ୍ରଳମଣିଙ୍କ ପୂଣ୍ୟ ଜୟନ୍ତୀ ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜର ଅନୁଚିନ୍ତାକୁ ପ୍ରକାଶ କରିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook