Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଡରିଗଲେ ସରକାର: ନିରଞ୍ଜନ

    Share on :
    ajab-Image
    Date: Jun 20, 2020    Views: 3957

    ଭୁବନେଶ୍ୱର: ସରକାର ଡରିଗଲେ ।  ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । 

    ସେ କହିଛନ୍ତି ଯେ, ରଥଯାତ୍ରା ହେବ କି ନାହିଁ ସେ  ସମ୍ପର୍କରେ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କଲେ । ତେବେ ଏନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଲେ ।   କାଳେ ରଥଯାତ୍ରା ହେଲେ କରୋନା ବ୍ୟାପିବ ତାହାକୁ ନେଇ ସରକାର ଡରିଗଲେ ।  ସରକାର ଭୟ କଲେ, ଆଉ ନିଷ୍ପତ୍ତି ନେଇପାରିଲେ ନାହିଁ ।  ତେବେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ,   ବସରେ ଲୋକ ଯାଉନାହାନ୍ତି । ରଥ ହେଲେ ମଧ୍ୟ ଲୋକ ଆସିବେ ନାହିଁ ।  ରଥଯାତ୍ରା କରାଇ ପାରିଲେ କଳାପାହାଡ଼ ଭଳି ଇତିହାସ ଲେଖା ହୁଅନ୍ତା ନାହିଁ ।  ସଟଡାଉନ କରି ରଥଯାତ୍ରା କରାଇ ପାରିଲେ ଏପରି ହୁଅନ୍ତା ନାହିଁ ବୋଲି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  କହିଛନ୍ତି ।

    ପ୍ରକାଶ ଯେ,ଚଳିତ ବର୍ଷ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।   ଏ ବର୍ଷ  ପାଇଁ ରଥଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିଛନ୍ତି ।  ଏ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରମିକୋର୍ଟ କହିଛନ୍ତି ।  ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ପାଇଁ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ସୁପ୍ରମିକୋର୍ଟ କହିଛନ୍ତି ।   କେବଳ ପୁରୀ ନୁହେଁ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । 

     ଅପରପକ୍ଷରେ ରଥଯାତ୍ରା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିବାବେଳେ କାଲି ରାୟର ପୁନର୍ବିଚାର ନିମନ୍ତେ ଶଙ୍କରାଚାର୍ୟ୍ୟ ବି ଅନୁରୋଧ କରିଥିଲେ  । କେତେକ ବ୍ୟକ୍ତି ସୁପ୍ରିମକୋର୍ଟରେ ପିଟିସନ ମଧ୍ୟ ଫାଇଲ କରିଥିଲେ  ।  ଆଜି ମଧ୍ୟ ୨ ପିଟିସନ ଦିଆଯାଇଛି  । କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ କୁହାଯାଇଛି  । ଆବଶ୍ୟକ ସ୍ଥଳେ ପୁରୀକୁ ସଟଡାଉନ କରି ରଥଯାତ୍ରା କରାଯାଉ ବୋଲି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook