Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦୀ ଓ ନବୀନ ବାହାବା ନେବାରେ ବ୍ୟସ୍ତ : ନିରଞ୍ଜନ

    Share on :
    ajab-Image
    Date: Jun 1, 2020    Views: 4435

    ଭୁବନେଶ୍ୱର: ଲୋକେ ପ୍ରତାରିତ ହେଉଛନ୍ତି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାହାବା ନେବାରେ ବ୍ୟସ୍ତ ରହିଛନ୍ତି । ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମୋଦୀ ଓ ନବୀନ  ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଉଭୟଙ୍କୁ ଟାର୍ଗେଟ କରି ନିରଞ୍ଜନ ପଟ୍ଟନାୟକ ଏଭଳି କହିଛନ୍ତି । 

    ଏହି ଅବସରରେ କରୋନା ମୁକାବିଲା ନେଇ ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ  କହିଛନ୍ତି ଯେ,  କରୋନାରେ ଚୀନ ଠାରୁ ଅଧିକ ଲୋକ ଭାରତରେ ମଲେଣି ।  ସଂକ୍ରମଣ ବଢିଛାଲିଛି ।  ଏହାରି ଭିତରେ ଗୋଷ୍ଠୀ ସଂକ୍ରମଣ ମଧ୍ୟ ଆରମ୍ଭ ହୋଇଗଲାଣି ।  ଲୋକେ ପ୍ରତାରିତ ହେଉଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାବା ନେବାରେ ବ୍ୟସ୍ତ ଥିବା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook