Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କେନ୍ଦ୍ର ବୋଝ, ରାଜ୍ୟ ନଳିତା ବିଡ଼ା: ନିରଞ୍ଜନ

    Share on :
    ajab-Image
    Date: May 17, 2020    Views: 3043

    ଭୁବନେଶ୍ୱର: କେନ୍ଦ୍ର ସରକାର ହେଉଛି ବୋଝ । ଆଉ  ରାଜ୍ୟ ନଳିତା ବିଡ଼ା । ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ ବୃଦ୍ଧି ପ୍ରସଙ୍ଗରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । 

    ସେ କହିଛନ୍ତି ଯେ, ତୈଳ ଦର ବଢାଇ ସରକାର ଲୋକଙ୍କୁ ଲୁଟୁଛନ୍ତି ।  ସାରା ବିଶ୍ୱରେ ଅଶୋଧିତ ତୈଳ ଦର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଟଙ୍କା ଥିଲା ।  ପେଟ୍ରୋଲରେ କେନ୍ଦ୍ରର ଭାଗ ୩୩ ଓ ରାଜ୍ୟର ଭାଗ ୧୭ ଟଙ୍କା । ଡିଜେଲରେ କେନ୍ଦ୍ରର ୩୨ ଓ ରାଜ୍ୟ ୧୪ ଟଙ୍କା ପାଉଛି ।  କେନ୍ଦ୍ର ହେଉଛି ବୋଝ ଓ ରାଜ୍ୟ ନଳିତା ବିଡ଼ା ବୋଲି   ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

    ପ୍ରକାଶ ଯେ, ଓଡ଼ିଶାରେ ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବୃଦ୍ଧି ଘଟିଛି । ଡିଜେଲ ୧ଟଙ୍କା ୩ ପଇସା ମହଙ୍ଗା ହୋଇଛି ।  ରାଜ୍ୟ ସରକାର ପେଟ୍ରୋଲ ଉପରେ ୬% ଓ ଡିଜେଲ ଉପରେ ୨% ଭାଟ ବଢାଇଥିବାରୁ ତେଲ ଦର ଏଭଳି ମହଙ୍ଗା ହୋଇଛି ।  ଓଡ଼ିଶା ସରକାର ପେଟ୍ରୋଲ ଉପରେ ଭାଟ(ମୂଲ୍ୟଯୁକ୍ତ କର) ୨୬%ରୁ ୩୨%କୁ ବୃଦ୍ଧି କରିଛନ୍ତି । ଏହା ଅର୍ଥ  ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବଢିବ । ସେହିପରି ଡିଜେଲ ଉପରେ ଭାଟ ପରିମାଣ ୨୬%ରୁ ୨୮%କୁ ବଢାଇଛନ୍ତି । ଅର୍ଥାତ ଡିଜେଲ ମୂଲ୍ୟ ଲିଟର ପିଛା  ୧ଟଙ୍କା ୩ ପଇସା ମହଙ୍ଗା ହେବ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook