Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋହନ ମାଝୀଙ୍କୁ ନିରଞ୍ଜନଙ୍କ କଟାକ୍ଷ : କିଏ ସତିଆ ?

    Share on :
    ajab-Image
    Date: Jan 21, 2021    Views: 4688

    ଭୁବନେଶ୍ୱର : ଗତ ୧୭ ତାରିଖରେ କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ପରବର୍ତୀ ଅବସ୍ଥାରେ ସେମାନଙ୍କ ଭିତରୁ ଶ୍ରୀ ସଂଜୟ ମହାନ୍ତି ବିଜେପି ଦଳର କର୍ମକର୍ତା ବୋଲି ଜଣାପଡିଥିଲା । ତାଙ୍କୁ ମଧ୍ୟ ପୋଲିସ ଗିରଫ କରିସାରିଛି ଏବଂ ସେ ଯୁବକମାନେ ବ୍ୟବହାର କରୁଥିବା ଗାଡିକୁ ମଧ୍ୟ ପୋଲିସ ଜବତ କରିଛି । ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ କରିଥିବା ଯୁବକମାନଙ୍କ ଭିତରେ ବିଜେପିର କାର୍ଯ୍ୟକର୍ତାଙ୍କ ସଂପୃକ୍ତି ଦୁର୍ଭାଗ୍ୟଜନକ । ମାତ୍ର ଏହାକୁ କେନ୍ଦୁଝରର ବିଧାୟକ ମୋହନ ମାଝୀ ଖଣ୍ଡନ କରି କହିଥିଲେ ଯେ ସେ ଯୁବକମାନଙ୍କ ଭିତରେ କେହି ବିଜେପିର କର୍ମକର୍ତା ବା କର୍ମୀ ନାହାନ୍ତି । ନିରଞ୍ଜନ ବାବୁ ମିଛ କହିଛନ୍ତି ଏବଂ ନାଟକ କରୁଛନ୍ତି ।

    ଏହାକୁ ଖଣ୍ଡନ କରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ଏବଂ ଏପରିକି ମୋହନ ମାଝୀଙ୍କ ଗହଣରେ ସଂଜୟ ମହାନ୍ତିଙ୍କ ଫଟୋ ଥିବା ଚିତ୍ର ଦେଖାଇ ‘କିଏ ସତିଆ ବୋଲି’ ଶ୍ରୀ ପଟ୍ଟନାୟକ କଟାକ୍ଷ କରିଥିଲେ । ‘ମୋହନ ମାଝୀ ସତିଆ ନା ମୁଁ ମିଛୁଆ’ ବୋଲି ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ଉପହାସ ଛଳରେ ପ୍ରକାଶ କରିଛନ୍ତି । ଶ୍ରୀ ମୋହନ ମାଝୀ ଜଣେ ପୁରୁଣା ଓ ଅନୁଭବୀ ନେତା । ତାଙ୍କ ସହିତ ମୋର ଘନିଷ୍ଠତା ରହିଛି । ତା ସତ୍ୱେ ସେ ଏପରି ଶବ୍ଦ ମୋ ପ୍ରତି ବ୍ୟବହାର କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡିଶାବାସୀ ଏ ବିଷୟରେ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook