ମୁଖ୍ୟ ଖବର
ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ଏନଇଇଟି ବା ନିଟ ପ୍ରବେଶିକା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ରାଜଧାନୀର ୩୧ଟି କେନ୍ଦ୍ରରେ ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଶନିବାର ଠାରୁ ୫ଟି ଇଞ୍ଜିନିୟରିଂ ହଷ୍ଟେଲରେ ପିଲା ରହିବେ । ପ୍ରତି ରହଣି କେନ୍ଦ୍ରରେ ବିଶୋଧନ ବ୍ୟବସ୍ଥା ସହ ମେଡିକାଲ ଟିମ ରହିବେ । କେନ୍ଦ୍ର ବାହାରେ ମାଇକ ଯୋଗେ ଭିଡ଼ ନିୟନ୍ତ୍ରଣ ପାଇଁ ସଚେତନ କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।
ସୂଚନା ଅନୁଯାୟୀ, ଶନିବାରରୁ ପରୀକ୍ଷା ଦେବା ପାଇଁ ବସରେ ପରୀକ୍ଷାର୍ଥୀ ଆସିବେ। ରବିବାର ଅପରାହ୍ନ ୨ଟା ରୁ ୫ ଟାରେ ପରୀକ୍ଷା ଦେଇ ଫେରିଯିବେ। ପରୀକ୍ଷା କେନ୍ଦ୍ରକୁ ୧୨:୩୦ରୁ ପ୍ରବେଶ ଆରମ୍ଭ ହେବ। କେନ୍ଦ୍ର ଗୁଡ଼ିକୁ ଭଲ ଭାବେ ବିଶୋଧନ ମଧ୍ୟ କରାଯାଉଛି ।
Comments ସମସ୍ତ ମତାମତ