Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନବଜାତ ଶିଶୁପୁତ୍ରକୁ ବିକି ଚମ୍ପଟ ମାରିଲା ଶଠ ପ୍ରେମିକ

    Share on :
    ajab-Image
    Date: Sep 3, 2020    Views: 7674

    ଭୁବନେଶ୍ୱର: ମନ୍ଦିରରେ ସିନ୍ଦୂର ପିନ୍ଧାଇ ବିବାହ କଲା । କିଛି ଦିନ ସଂସାର କରିବା ପରେ ନବଜାତ ଶିଶୁପୁତ୍ରକୁ ବିକି ଚମ୍ପଟ ମାରିଲା । ଏମିତି ଜଣେ ଭୟଙ୍କର ଶଠ ପ୍ରେମିକ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ମହିଳା ଏବେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଠାରୁ ନ୍ୟାୟ ନ ପାଇ ସେ ମାନବାଧିକାର କମିସନଙ୍କୁ ଗୁହାରି କରିଛନ୍ତି । କାହାଣୀଟି ଏମିତି । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଏହି ପୀଡିତା ଯୁବତୀ ରୀନ (ଛଦ୍ମନାମ) ଙ୍କ ସହ ନୟାଗଡ଼ର ତପନ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ରୀନାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ଯୁବତୀଙ୍କୁ ନେଇ ସେ ବେଙ୍ଗାଲୁରୁ ପଳାଇ ଯାଇଥିଲା । ସେଠାରେ ଏକ ସାଇ ମନ୍ଦିରରେ ସେମାନେ ବିବାହ କରିଥିଲେ । ଗତ ବର୍ଷ ସେମାନେ ସେଠାରୁ ଫେରି ଆସିଥିଲେ । ରୀନା ନିଜ ବାପାଙ୍କ ସହ ଖଣ୍ଡିଗିରି ନିକଟରେ ଏକ ଭଡ଼ା ଘରେ ରହୁଥିବା ବେଳେ ତପନ ଗାଁକୁ ଚାଲିଯାଇଥିଲା । ଏହା ପରେ ରୀନା ଗର୍ଭବତୀ ଥିବା ଜଣାପଡ଼ିଥିଲା । ଖବର ପାଇ ତପନ ରୀନାଙ୍କୁ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଦେଇଥିଲେ । ମଧ୍ୟ ତାହା ସମ୍ଭବ ହୋଇନଥିଲା । ଗତ ମାର୍ଚ୍ଚ ୨୬ ତାରିଖରେ ଜୟଦେବ ବିହାର ସ୍ଥିତ ଏକ ନିର୍ସିଂହୋମରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ସେତିକି ବେଳେ ତପନର ଅସଲ ଚେହେରା ପଦାକୁ ଆସିଥିଲା । କୌଶଳକ୍ରମେ ସେ ନବଜାତ ଶିଶୁକୁ ୫୦ ହଜାର ଟଙ୍କାରେ ବିକି ଦେଇଥିଲା ଓ ପରେ ପରେ ହଠାତ ନିଖୋଜ ହୋଇଯାଇଥିଲା । ଏ ନେଇ ରୀନା ଥାନାରୁ ଆରମ୍ଭ କରି ଭୁବନେଶ୍ୱର ଡିସିପିଙ୍କୁ ଗୁହାରି କରିଥିବା ଅଭିଯୋଗ କରିଛନ୍ତି । ମାତ୍ର କେଉଁଠୁ ବି ତାଙ୍କୁ ନ୍ୟାୟ ମିଳିନାହିଁ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook