Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘ଭାରତ ନିର୍ମାଣରେ ନେହେରୁଙ୍କ ଆଦର୍ଶ ଓ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର

    Share on :
    ajab-Image
    Date: Nov 15, 2020    Views: 3543

    ଭୁବନେଶ୍ୱର :  ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ନିଖିଳ ଭାରତ କଂଗ୍ରେସ କମିଟିର ନିଦେ୍ର୍ଧଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଭାରତ ନିର୍ମାଣରେ ନେହେରୁଙ୍କ ଆଦର୍ଶ ଓ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନେହେରୁଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ଅଭିହିତ କରିଥିଲେ । ତାଙ୍କର ତ୍ୟାଗ ଓ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଥିଲେ ।
     
    ବକ୍ତା ଭାବରେ ଯୋଗଦେଇ ଶ୍ରୀ ଦାସ ବେନହୁର କହିଲେ ଯେ ୧୯୪୭ ମସିହା ପୂର୍ବରୁ ଭାରତ ଓ ୧୯୪୭ ସ୍ୱାଧିନତା ପରର ଭାରତ ମଧ୍ୟରେ ନେହେରୁ ଥିଲେ ସୁବର୍ଣ୍ଣ ସେତୁ । କେବଳ ଭାରତର କାହିଁକି, ସେ ଜଣେ ବିଶ୍ୱ ବନ୍ଦିତ ନେତା ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବି୍ରଟିଶ ଯେତେବେଳେ ଭାରତବର୍ଷକୁ ଛାଡି ଚାଲିଗଲେ ସେତେବେଳେ ଏକ ସମ୍ବଳହୀନ ଭାରତବର୍ଷକୁ ଛାଡି ଯାଇଥିଲେ । ଏହି ପରିସ୍ଥିତିରେ ସ୍ୱାଧିନ ଭାରତବର୍ଷକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ନେହେରୁ ଯେଭଳି ପଦକ୍ଷେପ ଗ୍ରହଣ କରିଥିଲେ, ତା’ର ପଟ୍ଟାନ୍ତର ନାହିଁ । ବିଜ୍ଞାନ, କାରିଗରୀ ଓ ଶିଳ୍ପର ବିକାଶକୁ ସେ ପ୍ରାଥମିକତା ଦେଇଥିଲେ । ସେହିଭଳି କୃଷିର ଉନ୍ନତି ପାଇଁ ନଦୀବନ୍ଧ ଯୋଜନା ତାଙ୍କର ଅନବଦ୍ୟ କୃତୀ । ଦୀର୍ଘ ବର୍ଷ କାରାବରଣ କରିଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟରୁ କେବେ ସେ ବିଚୁ୍ୟତ ହୋଇନାହାନ୍ତି । ଭାରତକୁ ସ୍ୱାଧିନତା ଦେବାରେ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ହୋଇଥିଲେ ମଧ୍ୟ ଦେଶକୁ ଆଧୁନିକ ଭାରତରେ ପରିଣତ କରିଥିଲେ ସ୍ୱର୍ଗତ ନେହେରୁ । ଆଜି ଦେଶରେ ନେହେରୁଙ୍କ ପୁନଃ ଆବିଷ୍କାରର ଆବଶ୍ୟକତା ରହିଛି । ଭାରତ ନିର୍ମାଣରେ ନେହେରୁଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବ ସମାଜ ଲୋକଲୋଚନରେ ପହଂଚାଇବା ନିତାନ୍ତ ଜରୁରୀ ବୋଲି ଶ୍ରୀ ବେନହୁର କହିଥିଲେ ।
     
    ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା କହିଲେ ଯେ ନେହେରୁଙ୍କର ତ୍ୟାଗ ଓ ଆଦର୍ଶର ବ୍ୟାପକତାକୁ ଆଜି କେବଳ ଶିଶୁ ଦିବସ ପାଳନରେ ସଂକୁଚିତ କରାଯାଇଛି । ନେହେରୁଙ୍କ ରଚିତ ଆତ୍ମଜୀବନୀର ଗୁରୁତ୍ୱ ଏତେ ବେଶି ଯେ ଯଦି ସେ ପ୍ରଧାନମନ୍ତ୍ରୀ ନହୋଇଥିଲେ ବି ଆତ୍ମଜୀବନୀ ପାଇଁ ବିଶ୍ୱରେ ଖ୍ୟାତ ହୋଇଥାନ୍ତେ । ଶେଷରେ ବରିଷ୍ଠ ଆଇନଜୀବୀ ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
    ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ସୁରେଶ କୁମାର ରାଉତରାୟ, ବିପିନ୍ ଦାସ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର, ହଳଧର ସେଠୀ, ସ୍ୱାଗତିକା ପଟ୍ଟନାୟକ, ସଂଜୀବ ଗିରି, ଦେଓ ପ୍ରସାଦ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସ୍ୱାଧିନବାଳା ଦାସ, ଶି୍ରୟାସ୍ମିତା ପଣ୍ଡା, ସୁଶାନ୍ତ ତି୍ରପାଠୀ, ନାସିର ଅହମ୍ମଦ ଖାନ, ରସିକ ପଟ୍ଟନାୟକ, ନିରୁପମା ପାତ୍ର, କୁସୁମ ପ୍ରଧାନ, ଅଶୋକ ଦାସ, ଶମ୍ଭୁ ପାଣିଗ୍ରାହୀ, ଜୟକୃଷ୍ଣ ସୁବୁଦ୍ଧି, ଅନାମ ନାୟକ, ସଂକୁନା କହଁର, ସୁବ୍ରତ ମହାପାତ୍ର, ଚୈତାଳି ପଟ୍ଟନାୟକ, ରାମାନନ୍ଦ ଶ୍ରୀଚନ୍ଦନ, ମନୋଜ ସାହୁ, ସାଗର ପରିଡା ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଯୋଗ ଦେଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook