Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ରାଜନୀତି

ମୁଖ୍ୟ ଖବର

    ଏନଡିଏରେ ମିଶିବା ପାଇଁ ବିଜେଡିକୁ ପ୍ରସ୍ତାବ

    Share on :
    ajab-Image
    Date: Feb 9, 2020    Views: 3029

    ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନାଗରିକତା ସଂଶୋଧନ ଆଇ (ସିଏଏ) କେବଳ ଧାର୍ମିକ ଉପôୀଡ଼ନଙ୍କୁ ନାଗରିକତା ଓ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଧିଷ୍ଟ । ହେଲେ ବିରୋଧୀ କଂଗ୍ରେସ ଏହାକୁ ନେଇ ଦେଶରେ ବିଭ୍ରାନ୍ତ ସୃଷ୍ଟି କରୁଛି । ରାହୁଲ ଗାନ୍ଧିଙ୍କ ଓଲଟପାଲଟ କଥା କେବଳ ଯେ ଦେଶକୁ ବିଶ୍ୱରେ ନିନ୍ଦିତ କରୁଛି ତାହା ନୁହେଁ, ଦେଶରେ ହିଂସା ସୃଷ୍ଟି କରିବା ସହିତ କଂଗ୍ରେସକୁ ମଧ୍ୟ ଦୁର୍ବଳ କରୁଛି ବୋଲି କେନ୍ଦ୍ର ସରକାର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି । ଶନିବାର ରାଜ୍ୟ ଅତିଥିବଭବନରେ ସିଏଏକୁ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଠାୱାଲେ କହିଛନ୍ତି ଯେ ଓଡ଼ିଶାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସିଏଏ ଆଇନକୁ ଭଲ ଭାବେ ବୁଝି ସାରିଲେଣି । କୌଣସି ଧର୍ମର ନାଗରିକତ୍ୱ ଛଡ଼ାଇବା ପାଇଁ ସିଏଏ ଅଣାଯାଇନାହିଁ, ବରଂ ମୁସଲମାନଙ୍କ ସ୍ୱାର୍ଥରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବକା ସାଥ ସବକା ବିକାଶରେ ବିଶ୍ୱାସ କଲେ ବୋଲି ଶ୍ରୀ ଅଠାୱାଲେ କହିଛନ୍ତି ।
    ସେ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଲ ଶାସକ । ତାଙ୍କର ଉତ୍ତମ ଶାସନ ଯୋଗୁଁ ୫ ଥର ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେଣି । ସେ ମୁଖ୍ୟମନ୍ତ୍ରୀ ହେବାରେ ସାରା ଦେଶରେ ରେକର୍ଡ ସୃଷ୍ଟି କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ ସଂସଦରେ ପାରିତ ବେଳେ ବିଜେଡିର ଯଥେଷ୍ଟ ଭୂମିକା ରହିଛି । ତିନି ତଲାକଠାରୁ ଆରମ୍ଭ କରି ସିଏଏ ପର୍ଯ୍ୟନ୍ତ ବିଭିନ୍ନ ଆଇନରେ ତାଙ୍କର ସହଯୋଗ ଭାରତ ବର୍ଷକୁ ଏକ ନୂଆ ଦିଗରେ ଅଗ୍ରଗତି କରିବାରେ ସହାୟକ ହେଉଛି । ଯଦି ବିଜେଡି ଏନଡିଏରେ ସମ୍ପୂର୍ଣ୍ଣ ମିଶିବ, ତେବେ ଦଳ ଅଧିକ ଶକ୍ତିଶାଳୀ ହେବ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯୋଗାଯୋଗ କରିଥିଲି, ସେ ବ୍ୟସ୍ତ ଥିବାରୁ ଦେଖା ହୋଇପାରିଲା ନାହିଁ । ହେଲେ ଏନଡିଏରେ ମିଶିବା ପାଇଁ ଆମର ପ୍ରୟାସ ଜାରି ରହିବ ବୋଲି ଅଠାୱାଲେ କହିଛନ୍ତି । 
    ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୧ ଜନଗଣନା ବେଳେ ଯେଉଁ ପଛୁଆ ବର୍ଗ ଓ ଏସଇବିସି ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଜନଗଣନା କରିବାକୁ ବାହାରିଛନ୍ତି ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଏ ନେଇ କେନ୍ଦ୍ରକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବି ବୋଲି ଶ୍ରୀ ଅଠାୱାଲେ କହିଛନ୍ତି । ସେ କହିଛନ୍ତି ଯେ ଦେଶରେ ଜାତିଭିତ୍ତିକ ଜନଗଣନା ହେଲେ ସବୁ ବର୍ଗର ଲୋକେ ଉପକୃତ ହୋଇପାରିବେ ।
    ଏହି ଅବସରରେ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନାରେ ଦେଶ ଓ ରାଜ୍ୟରେ କେତେ ହିତାଧିକାରୀ ଉପକୃତ ହୋଇଛନ୍ତି ସେ ନେଇ ଶ୍ରୀ ଅଠାୱାଲେ ତଥ୍ୟ ରଖିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook