Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତୀଙ୍କ ଘରେ ଏନସିବି ଚଢଉ

    Share on :
    ajab-Image
    Date: Nov 21, 2020    Views: 3468

    ମୁମ୍ବାଇ: ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ବା ଏନସିବି  କମେଡିଆନଙ୍କ ଭାରତୀ ସିଂଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଶନିବାର ସକାଳ ଚଢାଉ କରିଛି । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ତାଙ୍କ ବାସଭବନରେ ଏନସିବି ଚଢାଉ କରିଛି ।

    ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଯାଂଚ କରୁ କରୁ ଏନସିବି ବଲିଉଡର ବହୁ କଳାକାରଙ୍କ ଘରେ ଏଭଳି ଚଢାଉ ଜାରି ରଖିଛି । ସୁଶାନ୍ତ ସିଂଙ୍କ ମୃତ୍ୟୁ ଡ୍ରଗ୍ସ ନେଉଥିବା କାରଣରୁ ହୋଇଥିଲା ବୋଲି ପ୍ରଥମେ ଅଭିଯୋଗ ଆସିଥିଲା । ଏହା ପରେ ଡ୍ରଗ୍ସ ଲିଙ୍କ ନେଇ ଏନସିବି ସୁଶାନ୍ତଙ୍କ ପ୍ରେମିକା କୁହାଯାଉଥିବା ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇଙ୍କୁ ପ୍ରଥମେ ଗିରଫ୍ କରିଥିଲା । ଏହି କ୍ରମରେ ତଦନ୍ତ ଚାଲୁ ରଖିଥିବା ବେଳେ ଏହି ମାମଲାରେ ପଡିଥିଲେ ଅଭିନେତ୍ରୀ ଦୀପିକା ପାଦୁକନ୍‌, ଏହା ପରେ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବି ଏନସିବି ଜେରା କରିଛି । ଅନ୍ୟପଟେ କିଛି ଦିନର ବ୍ୟବଧାନ ପରେ ଆଜି ଭାରତୀଙ୍କ ବାସଭବନରେ ଏନସିବି ଚଢାଉ କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook