Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତୀଙ୍କ ପରେ ସ୍ୱାମୀ ହର୍ଷ ଗିରଫ

    Share on :
    ajab-Image
    Date: Nov 22, 2020    Views: 3706

    ମୁମ୍ବଇ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଗିରଫ କରିଛି। ଗତକାଲି ବହୁ ସମୟ ଜେରା ପରେ ହର୍ଷଙ୍କୁ ଏନସିବି ଗିରଫ କରିଛି। ଭାରତୀଙ୍କ ମୁମ୍ବଇ ଅଂଧେରୀ ଘର ଓ କାର୍ୟ୍ୟାଳୟରେ ଏନସିବି ଦ୍ୱାରା ଚଢାଉ କରାଯାଇଥିଲା। ଏହାସହ ଉଭୟ ସ୍ଥାନରୁ ୮୬.୫ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରିଥିଲା। ଭାରତୀ ଓ ତାଙ୍କ ସ୍ୱାମୀ ଉଭୟ ଡ୍ରଗ୍ସ ବ୍ୟବହାର କରୁଥିଲେ ମଧ୍ୟ ସ୍ୱୀକାର କରିଥିଲେ।

     ଗତକାଲି ଭାରତୀଙ୍କୁ  ଏନସିବି ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ ଏନସିବି ଶନିବାର ମୁମ୍ବଇରେ ଏନସିବି ୩ଟି ସ୍ଥାନରେ ଚଢ଼ାଉ କରିଥିଲା। ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢ଼ାଉ କରିବା ସମୟରେ ଏନସିବି ତାଙ୍କ ଘରୁ ଡ୍ରଗ୍ସ ଜବତ କରିଥିଲା। ଏହାପରେ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ଏନସିବି ସମନ କରିଥିଲା। ପଚରାଉଚୁରା ସମୟରେ ଏନସିବିକୁ ତାଙ୍କୁ ଘରୁ ଉଦ୍ଧାର ହୋଇଥିବା ଡ୍ରଗ୍ସର ସଠିକ ଉତ୍ତର ଦେଇ ନପାରିବାରୁ ଭାରତୀଙ୍କୁ ଏନସିବି ଗିରଫ କରିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook