ମୁଖ୍ୟ ଖବର
ଇସଲାମାବାଦ : ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ନୱାଜ ଶରିଫଙ୍କ ନାମରେ ଗିରଫ ପରୱାନା ଜାରି ହୋଇଛି । ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ଶରିଫଙ୍କ ନାମରେ ଏହି ଗିରଫ ପରୱାନା ଜାରି କରିଛନ୍ତି । ଅଲ ଅଜିଜିଆ ମାମଲାରେ ଶରିଫଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ତେବେ ଚିକିତ୍ସା ପାଇଁ ଶରିଫ ବର୍ତ୍ତମାନ ଲଣ୍ଡନରେ ଅବସ୍ଥାନ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ କୋର୍ଟ ଶରିଫଙ୍କୁ ଗିରଫ କରିବାର ନିଦେ୍ର୍ଧଶ ଦେଇଥିଲେ । ତେବେ ଶରିଫ୍ ଲଣ୍ଡନରେ ରହିଥିବାରୁ ଗିରଫ ସମ୍ଭବ ହୋଇପାରିନଥିଲା । ଲଣ୍ଡନରେ ରହିଥିବା ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ନୱାଜଙ୍କୁ ଗିରଫ କରିବାର ନିଦେ୍ର୍ଧଶ ଦିଆଯାଇଥିଲା । ଏହି ପ୍ରସଙ୍ଗରେ ଆଜି କୋର୍ଟରେ ହାଜର ନହେବା ପାଇଁ ଶରିଫଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ସହିତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ।
Comments ସମସ୍ତ ମତାମତ