Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୋଦୀଙ୍କୁ ନବୀନଙ୍କ ଚିଠି, ପୁରୀରେ ହେଉ ବିମାନବନ୍ଦର

    Share on :
    ajab-Image
    Date: Jan 1, 2021    Views: 4870

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନୂଆ ବର୍ଷରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ତେବେ କୌଣସି ନୂଆ ବର୍ଷ ବାର୍ତ୍ତା କି ଶୁଭେଚ୍ଛା ଜଣାଇବା ପାଇଁ ନୁହେଁ, ଏକ ଦାବି ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ଆଉ ଦାବି ହେଉଛି ବିମାନ ବନ୍ଦର ପ୍ରତିଷ୍ଠା । ସେ ପୁଣି ପୁରୀ ଠାରେ ।  

    ପ୍ରକାଶ ଯେ, ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ନବୀନ ଆଜି ମୋଦୀଙ୍କୁ ଚିଠି ଲେଖିଛନ୍ତି ।  ପ୍ରଭୁ ଜଗନ୍ନାଥଙ୍କ ନାମରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ନବୀନ ଏହି ଚିଠି ଲେଖିଛନ୍ତି ।  ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀ ଠାରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନବୀନ ଦାବି କରିଛନ୍ତି ।  ପୁରୀ ଓ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ର ଦୃଷ୍ଟିରୁ ଏକ ବିମାନବନ୍ଦର ପାଇଁ ନବୀନ ଦାବି କରିଛନ୍ତି । ପୁରୀଠାରୁ ୩୫ କିଲୋମିଟର ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର । ଚିଲ୍ଲିକା ହ୍ରଦକୁ ମଧ୍ୟ ସଂଯୋଗ କରୁଛି ପୁରୀ । ଧଉଳିଗିରି ଓ ରତ୍ନଗିରି ମଧ୍ୟ ପୁରୀଠରୁ ବେଶୀ ଦୂରରେ ନୁହେଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ବିଶ୍ବବିଖ୍ୟାତ । ପୁରୀ ବେଳାଭୂମି ନିକଟରେ ବ୍ଲୁ ଫ୍ଲାଗ୍ ବେଳାଭୂମିର ମାନ୍ୟତା ଲାଭ କରିଛି। ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ୟ୍ୟଟକ ଓ ଭକ୍ତ ପୁରୀ ଆସନ୍ତି । ତେଣୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯିବାର ଯଥାର୍ଥତା ରହିଛି। ପ୍ରସ୍ତାବିତ କୋଷ୍ଟାଲ ହାଇୱେ ଚିଲିକା, ପୁରୀ, କୋଣାର୍କ, ପାରାଦୀପ, ଭିତର କନିକା ଦେଇଯିବ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ଏହା ମଧ୍ୟରେ କାମ ଆରମ୍ଭ ହୋଇଛି । ଏସବୁ ଦୃଷ୍ଟିରୁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବାର ଯଥାର୍ଥତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। 

     ଅନ୍ୟପକ୍ଷରେ ରାଜ୍ୟ ସରକାର ବିମାନବନ୍ଦର ପାଇଁ ଜମି ଚିହ୍ନଟ କରିଥିବା ନବୀନ ଉକ୍ତ ଚିଠିରେ ଦର୍ଶାଇବା ସହ  ବିମାନବନ୍ଦର ପାଇଁ ରାଜ୍ୟ ସମସ୍ତ ପ୍ରକାର ସହଯୋଗ ଦେବ ବୋଲି ନବୀନ ଉଲ୍ଲେଖ କରିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook