ମୁଖ୍ୟ ଖବର
ଭୁବନେଶ୍ୱର: ଏନଇଇଟି ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋଏବଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋଏବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ୟପକ୍ଷରେ ସୋଏବ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ମେଡିକାଲ ପ୍ରବେଶିକା ପରୀକ୍ଷା-ନିଟ୍-୨୦୨୦ରେ ଟପ୍ପର ହୋଇଥିବା ଓଡିଶାର ସୁନା ପୁଅ ସୋଏବ, ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖି ହୋଇଛନ୍ତି ଟପ୍ପର । ସେ ନିଟରେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖିଛନ୍ତି । ତେବେ ବାୟୋଲୋଜିରେ ୩୬୦ ନମ୍ବର, ଫିଜିକ୍ସରେ ୧୮୦ ଏବଂ କେମେଷ୍ଟ୍ରିରେ ମଧ୍ୟ ଫୁଲ ମାର୍କ ୧୮୦ ରଖିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି, ନିଟ୍ ପରୀକ୍ଷା ଇତିହାସରେ ପ୍ରଥମ ଥର ପାଇଁ ସେ ଏହି ବଡ଼ ସଫଳତା ହାସଲ କରିଛନ୍ତି ।
Comments ସମସ୍ତ ମତାମତ