Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jan 14, 2021    Views: 9105

    ଭୁବନେଶ୍ୱର:  କଳାହାଣ୍ଡି ମଙ୍ଗଳପୁର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନ ଦେଇଛନ୍ତି ।  ଜୟ ମା’ ମାଣିକେଶ୍ୱରୀ କହି ନିଜର ସମ୍ବୋଧନ ଆରମ୍ଭ କରିଥିଲେ ।  ଏହାଛଡ଼ା ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।  

    ଏହି ଅବସରରେ ସେ ନିଜର ଉଦବୋଧନ ଦେଇ କହିଥିଲେ ଯେ, କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଆଗୁଆ ରହିଛି ।  ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି ।  ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଶିଶୁ ଓ ମାଆଙ୍କ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଏହାଛଡ଼ା କଳହାଣ୍ଡିରେ ମୁ୍ୟଜିୟମ ଓ ପାର୍କ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଉକ୍ତ ମୁ୍ୟଜିୟମରେ ମା’ ଇନ୍ଦ୍ରାବତୀଙ୍କ ମନ୍ଦିର ବି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ସବୁଠୁ ବଡ଼ କଥା ହେଲା ଯେ, ଇନ୍ଦ୍ରାବତୀର ଟୋପାଏ ଜଳକୁ ନଷ୍ଟ ହେବାକୁ ଦିଅନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

     ପ୍ରକାଶ ଯେ, ଆଜି କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ।  କରୋନା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେଇଛନ୍ତି । ମକର ସଂକ୍ରାନ୍ତିରେ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାକୁ ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି ।  ୧୦୬୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।  ୫୨ଟି ପ୍ରକଳ୍ପ ପାଇଁ ୧୦୨୦ କୋଟିରୁ ଅଧିକ ଖର୍ଚ୍ଚ ହେବ ବୋଲି ଜଣାଯାଇଛି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook