Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିନ୍ଦୁସାଗର ଆମ ଆସ୍ଥା ଓ ବିଶ୍ୱାସର ତୀର୍ଥଭୂମି: ନବୀନ

    Share on :
    ajab-Image
    Date: Jan 9, 2021    Views: 3645

    ଭୁବନେଶ୍ୱର: ବିନ୍ଦୁସାଗର ଆମ ଆସ୍ଥା ଓ ବିଶ୍ୱାସର ତୀର୍ଥଭୂମି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଭର୍ଚୁଆଲ ଜରିଆରେ ନିଜର ଉଦବୋଧନରେ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ,ବିନ୍ଦୁସାଗରକୁ ସ୍ୱଚ୍ଛ କରିବା ସମସ୍ତଙ୍କ ନୈତିକ ଦାୟିତ୍ୱ । ଭୁବନେଶ୍ୱରରେ ବହୁ ପୁଷ୍କରିଣୀ ରହିଛି  ସେସବୁକୁ ସ୍ୱଚ୍ଛ ରଖିବା ଜରୁରୀ  ।  ବିନ୍ଦୁ ସାଗର ଆମ ଆଶା, ବିଶ୍ୱାସର ପ୍ରମୁଖ ତୀର୍ଥକ୍ଷେତ୍ର ।  ମହାପ୍ରଭୁଙ୍କ ନୀତିକାନ୍ତି ସହ ବିନ୍ଦୁ ସାଗର ଓତଃପ୍ରୋତଭାବେ ଜଡ଼ିତ ।  ସାରା ଭାରତର ତୀର୍ଥକ୍ଷେତ୍ର ବିନ୍ଦୁ ସାଗର ସହ ଜଡ଼ିତ ହୋଇ ରହିଛି ।  ଏସବୁ ପାଇଁ ବିନ୍ଦୁ ସାଗର ଜାତୀୟ ସଂହତିର ପ୍ରତୀକ ହୋଇଛି । ସମସ୍ତଙ୍କ ସହଯୋଗରେ ବିନ୍ଦୁସାଗର ସ୍ୱଚ୍ଛ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ନିଜର ଉଦବୋଧନ ଦେଇ  ବିନ୍ଦୁସାଗର ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ । 

    ପ୍ରକାଶ ଯେ, ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।  ପବିତ୍ର ବିନ୍ଦୁସାଗର ପୁଷ୍କରିଣୀକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ ।  ଏହି ପ୍ରକଳ୍ପର  ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ସାମିଲ ହୋଇଛନ୍ତି ।  ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରଘୁନାଥ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ  ସାମିଲ ହୋଇଛନ୍ତି ।  ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଲାଗି ଆଇଓସିଏଲ ପକ୍ଷରୁ ୭୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ ।  ଆଇସିଟି, ଆଇଓସି  ଏବଂ ଓବିସିସିର ମିଳିତ ଉଦ୍ୟମରେ ବିତ୍ର ବିନ୍ଦୁସାଗର ପୁଷ୍କରିଣୀକୁ ସ୍ୱଚ୍ଛ ଓ ନିର୍ମଳ କରାଯିବ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook