Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ସମୃଦ୍ଧ ଅର୍ଥନୀତି ପାଇଁ ସୁସ୍ଥ ଜୀବନ ଦରକାର: ନବୀନ

    Share on :
    ajab-Image
    Date: Oct 13, 2020    Views: 3180

    ଭୁବନେଶ୍ୱର:  ସମୃଦ୍ଧ ଅର୍ଥନୀତି ପାଇଁ ସୁସ୍ଥ ଜୀବନ ନିହାତି ଦରକାର । ସୁସ୍ଥ ଜୀବନ ପାଇଁ ଶୁଦ୍ଧ ପିଇବା ପାଣି ଅତ୍ୟନ୍ତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।  ଭିଡିଓ କନଫରେନ୍ସିଂ ଜରିଆରେ  ଟ୍ୟାପ ଯୋଗେ ପାନୀୟ ଜଳ ଯୋଜନା ‘ସୁଜଳ’ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । 

    ଏହି ଯୋଜନା ଦ୍ୱାରା ଭୁବନେଶ୍ୱର ଓ ପୁରୀର ୧୨ଟି ଜାଗାରେ ଟ୍ୟାପ ଯୋଗେ ବାନୀୟ ଜଳ  ପ୍ରଦାନ କରାଯିବ ।  ରାଜ୍ୟର ୧୫ଟି ସହରରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ । ‘ସୁଜଳ’ ଯୋଜନା ଦ୍ୱାରା ୧୫ ଲକ୍ଷ ଲୋକ ଉପକୃତ ହେବେ ।  ସେହିପରି ରାଜ୍ୟର ୪ଟି ସହ ଭୁବନେଶ୍ୱର, ପୁରୀ, ରାଉରକେଲା ଓ ବ୍ରହ୍ମପର ଠାରେ ୩ ଲକ୍ଷ ଗୃହ ପାନୀୟ ଜଳ ମିଟର ସଂଯୋଗ ହେବ । ଏଥିରେ ଉପକୃତ ହେବେ ୨୨ ଲକ୍ଷ ଲୋକ ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟ୍ୟାପରୁ ପିଇବା ପାଣି ଯୋଗୁଁ ପୁରୀରୁ ପ୍ଲାଷ୍ଟିକ ଆବର୍ଜନା କମିବ  ।  ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳର ପ୍ରତି ଘରକୁ ପିଇବା ପାଣି ମିଳିବ ।  ସହରାଞ୍ଚଳର ପ୍ରତି ଘରକୁ ପିଇବା ପାଣି ପ୍ରଦାନରେ ଓଡ଼ିଶା ଦେଶର ପ୍ରଥମ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook