Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ରାଜନୀତି

ମୁଖ୍ୟ ଖବର

    ବିଧାୟକ ପଢ଼ିବେ କୋଭିଡ ପାଠ, ମୁଖ୍ୟମନ୍ତ୍ରୀ ଦେବେ ଉଦବୋଧନ

    Share on :
    ajab-Image
    Date: Jul 28, 2020    Views: 3458

    ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ନେଇ ନିଜ ଦାୟିତ୍ୱ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଯିବ । ଏ ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ବିଧାୟକମାନଙ୍କୁ ସଚେତନ କରାଯିବ । ବୁଧବାରୀ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
    ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ବୁଧବାର ଅପରାହ୍ନ ୫ଟା ସମୟରେ ବିଧାୟକମାନଙ୍କ ପାଇଁ ଏକ କୋଭିଡ-୧୯ ସଚେତନତା କର୍ମଶାଳା ଆୟୋଜିତ ହେବ । ବିଧାୟକମାନେ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ରହି ଅପରାହ୍ନ ୪.୫୫ ସୁଦ୍ଧା ଭିଡିଓ କନଫରେନ୍ସିଂ ଜରିଆରେ କର୍ମଶାଳାରେ ଯୋଗ ଦେବେ । ପ୍ରଥମ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ସ୍ମରଣାର୍ଥେ ନିରବ ପ୍ରାର୍ଥନା କରାଯିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଶଣ ମନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିବେ । ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଇବେ । ଏହା ପରେ ବିଧାନସଭାରେ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଉଦବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବୋଧନ କରିବେ । ଶେଷରେ ବିଧାନସଭାର ବାଚସ୍ପତି ଧନ୍ୟବାଦ ଅର୍ପଣ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ନିର୍ଦ୍ଧାରିତ ସମୟରେ ଭିଡିଓ କନଫରେନ୍ସ ଆରମ୍ଭ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

     

    Maximum 500 characters

    ରାଜନୀତି View all

    Find Us on Facebook