Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଶ୍ରୀମନ୍ଦିର ଚତୁଃପାଶ୍ୱର୍ କାମ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ

    Share on :
    ajab-Image
    Date: May 27, 2020    Views: 5474

    ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁଃପାଶ୍ୱର୍ କାମ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିଦେ୍ର୍ଧଶ ଦେଇଛନ୍ତି ।  ଆସନ୍ତା ଶୁକ୍ରବାର ଠାରୁ କାମ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।  ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ନିଦେ୍ର୍ଧଶ ଦେଇଛନ୍ତି ।  ଉଭୟ ପୁରୀ ଓ ଭୁବନେଶ୍ୱରର ବିକାଶ କାମ ଆରମ୍ଭ  କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।  କରୋନା ପାଇଁ ୨ ମାସ କାର୍ଯ୍ୟ ବନ୍ଦ ରହିଯାଇଥିବା କହିବା ସହ ଏବେ ପୁଣି ବିକାଶ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । 

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ପୁରୀ ଓ ଭୁବନେଶ୍ୱରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ପ୍ରକଳ୍ପ ଯଥା ଶ୍ରୀ ଜଗନ୍ନାଥ ମନ୍ଦିର ଐତିହ୍ୟ ପ୍ରକଳ୍ପ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନି୍ସଂ ଜରିଆରେ ସମୀକ୍ଷା କରିଛନ୍ତି । 

    ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ଓ ଭୁବନେଶ୍ୱରର ଏହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।  ଲକଡାଉନ ଯୋଗୁଁ ଏହି କାମ ୨ ମାସ ହେବ ବନ୍ଦ ରହିଥିଲା । ଏବେ ଏହି କାର୍ଯ୍ୟକୁ ମଇ ୨୯ ତାରିଖ ଠାରୁ ପୁନର୍ବାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । 

    ତେବେ ପ୍ରକଳ୍ପ କାର୍ଯ୍ୟ ସମୟରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ସଠିକ ଭାବେ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
    ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ପାଇଁ ଆସନ୍ତା ୨ରୁ ୩ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଶ୍ରୀଜଗନ୍ନାଥ ହେରିଟେଜ କରିଡର, ବଡଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଓ ମନ୍ଦିର ପ୍ରଶାସନିକ କୋଠାର ଡିଜାଇନ ପ୍ରସ୍ତୁତ କରାଯାଉଛି। ସେହିପରି ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଂଚଳର ବିକାଶ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

    ପ୍ରକାଶ ଯେ,  ଶ୍ରୀମନ୍ଦିର ଚତୁଃପାଶ୍ୱର୍ ୭୫ ମିଟର ଉଚ୍ଛେଦ କାର୍ଯ୍ୟ କରାଯାଉଥିଲା । ଚତୁଃପାଶ୍ୱର୍ ଉଚ୍ଛେଦ କରି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିଲା । କିନ୍ତୁ କରୋନା ପାଇଁ ସବୁ କାର୍ଯ୍ୟ ବନ୍ଦ କରାଯାଇଥିଲା ।  ଖାଲି ପୁରୀ ନୁହେଁ କରୋନା ପାଇଁ ଭୁବନେଶ୍ୱରରେ ହେଉଥିବା ବହୁ ବିକାଶମୂଳକ କାର୍ଯ୍ୟକୁ ସ୍ଥଗିତ  ରଖାଯାଇଥିଲା ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook